କଲେଜର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ

କଲିକତା ଆର ଜି କର ମେଡିକାଲ
କଲେଜର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେବା ସହ ବିଭିନ୍ନ ଅଞ୍ଚଳରେ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଥ‌ିବା ଦେଖାଯାଇଛି। ଏହି
ପରିପ୍ରେକ୍ଷୀରେ ଶାନ୍ତି ମେମୋରିଆଲ ହସପିଟାଲ ପକ୍ଷରୁ ଏହି ଘୃଣ୍ୟ ଓ ଅମାନବୀୟ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ପ୍ରମାଣ ନଷ୍ଟ କରିବା ସହିତ ଘଟଣାକୁ ପଶ୍ଚିମବଙ୍ଗ ସରକାର ଚପାଇ
ଦେବା ଲାଗି ଉଦ୍ୟମ କରୁଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଶାନ୍ତି ହସ୍ପିଟାଲ ପକ୍ଷରୁ ଏକ ନିରବ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ହସ୍ପିଟାଲର ଚେୟାରମେନ ଡଃ ଶ୍ରିଜୟ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଟି ହସ୍ପିଟାଲ ପରିସରରୁ ଆରମ୍ଭ ହୋଇ ଫ୍ରେଣ୍ଡସ କଲୋନୀ, କେନାଲ ରୋଡ, ବଜ୍ରକ ବାଟି ଛକରୁ ବୁଲି ପୁଣି ହସ୍ପିଟାଲ ପରିସରରେ ଶେଷ ହୋଇଥିଲା । ବିଜୟିତା ତ୍ରିପାଠୀଙ୍କ ସହିତ ହସ୍ପିଟାଲ ର କର୍ମଚାରୀ, ଡାକ୍ତର ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମାନେ ସମର୍ଥନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *