କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା।

ଆଉ ଏକ ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ଜଗତପୁର ଥାନା ପୋଲିସ। ପାଗା ଅଞ୍ଚଳରେ ଗତ ଅଗଷ୍ଟ ୯ ତାରିଖରେ ଘଟିଥିବା ଏକ ବଡ ଲୁଟ ଘଟଣାର ଫର୍ଦାଫାସ କଲା କମିଶନରେଟ୍ ପୋଲିସ। ୭୦୦ଗ୍ରାମ ସୁନା ଅଳଙ୍କାର ଏବଂ ଗାଡ଼ି ଲୁଟ କରିଥିଲା ଏହି ଗ୍ୟାଙ୍ଗ। ସୁନା ଅଳଙ୍କାର ର ମୂଲ୍ୟ ପ୍ରାୟ ୫୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି କୁହା ଯାଉଛି। ଅମରନାଥ ଜୁଏଲାରୀ ର ମାଲିକ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ। ମୋଟ ସାତ ଅଭିଯୁକ୍ତ ଗିରଫ। ୫ ଜଣଙ୍କର ଲୁଟ ରେ ରହିଛି ସଂପୃକ୍ତି। ୨ ଜଣ ଲୁଟ ସୁନା ଅଳଙ୍କାର କିଣି ଥିବା ଅଭିଯୋଗରେ ଗିରଫ। ଏକାଧିକ ବାଇକ୍ ଜବତ । ସୂଚନା ଅନୁସାରେ ଏହି ଘଟଣାର ମାଷ୍ଟର ମାଇଣ୍ଡ ସଞ୍ଜୟ ନାୟକ ବାରମ୍ବାର ଏହି ଭଳି କାଣ୍ଡ କରୁଥିଲା। ଲୁଟ ଅଳଙ୍କାର ଗୁଡ଼ିକୁ ନିଶ୍ଚିନ୍ତ କୋଇଲି ରେ ଥିବା ମହାବୀର ଜୁଏଲାରୀ ରେ ବିକ୍ରି କରୁଥିଲା। ସେଠାରୁ ୧୭୫ଗ୍ରା. ର ଅଳଙ୍କାର ସହ ୭୩ଗ୍ରା. ର ବିସ୍କୁଟ ମୋଟ ୨୪୮ଗ୍ରା . ଜବତ କରିଥିବା ବେଳେ ଆଗକୁ ଅନେକ ତଥ୍ୟ ଜଣା ପଡ଼ିବ ବୋଲି କହିଛନ୍ତି ଡି ସି ପି ପ୍ରକାଶ ଆର୍।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *