ଅଶୋକ କୁମାର ଭୋଇ ପିତାକୈଳାସ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ

କଟକ ଜିଲ୍ଲା ବାରଙ୍ଗ ବ୍ଲକ 33 ନମ୍ବର ଯୋନ କୋରକୋରା ପଞ୍ଚାୟତ କଟକ ସଦର ଥାନା ଅନ୍ତର୍ଗତ ବିସିପଦା ଗ୍ରାମର ଅଶୋକ କୁମାର ଭୋଇ ପିତାକୈଳାସ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।ଅଶୋକ ଙ୍କ କହିବା କଥା କିଛି ମାସ ପୂର୍ବରୁ ତାଙ୍କ ଗ୍ରାମରେ ରାସ୍ତା କାମଉପରେ ଏକ ନିଉଜ୍ କରାଇ ଥିଲେ। ସେଇ ଗ୍ରାମ ର ଯାହା ସମସ୍ୟା ଥାଏ ତାକୁ ସଦା ସର୍ବଦା ଲୋକ ଲୋଚନ କୁ ଆଣିବା ପାଇଁ ଅଶୋକ ସଦା ସର୍ବଦା ପ୍ରଚେଷ୍ଟା କରନ୍ତି ଯାହା କି ବର୍ତ୍ତମାନ ର ଜିଲ୍ଲା ପରିଷଦ ପ୍ରଦୀପ ଭୋଇ ଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। ସେଥି ପାଇଁ ଗତ 11/8/24 ରିଖ ଦିନ 2 ଟା ସମୟରେ ପ୍ରକାଶ ଭୋଇ ଜିଲ୍ଲା ପରିଷଦ ପ୍ରଦୀପ ଭୋଇ ଙ୍କ ସାନ ଭାଈ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।ଅଶୋକ ଘରେ ଥିବା ସମୟରେ ତିନି ଭାଇ ପ୍ରକାଶ,ପ୍ରଣବ ଓ ପ୍ରଦୀପ ଭୋଇ ତାଙ୍କ ଘରକୁ ଯାଇ ଗାଳି କରିଥିଲେ ଓ ସନ୍ଧ୍ୟାରେ ଦୋକାନ ଆଡେ ଗଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ।ପ୍ରଦୀପ କୁମାର ଭୋଇ ବାରଙ୍ଗ ବ୍ଲକ 33 ନମ୍ବର ଯୋନ ଜିଲ୍ଲା ପରିଷଦ ଅଛନ୍ତି।ସନ୍ଧ୍ୟାରେ ଅଶୋକ ସ୍କୁଲ ପାଖ ଦୋକାନ ଆଡେ ଗାଡ଼ିରେ ଯାଉଥିବା ସମୟରେ ତିନି ଭାଇ ଗାଡି ଅଟକାଇ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲୁହା ରଡ଼, ଠେଙ୍ଗା ରେ ଅତର୍କିତ ଆକ୍ରମଣ କରିଥିଲେ।ଅଶୋକଙ୍କ ହାତ ରେ ଗଭୀର ଆଘାତ ଲାଗି ହାତ ଭାଙ୍ଗି ଯାଇଛି।ଅଶୋକଙ୍କ କହିବା କଥା ପ୍ରଦୀପ କୁମାର ଭୋଇ ଦୁଇ ଭାଇଙ୍କୁ କହିଥିଲେ ଜୀବନରୁ ମାରିଦିଅ ଥାନା କଥା ମୁଁ ବୁଝିବି।ପରିବାର ଲୋକେ ସଂଗେ ସଂଗେ ଅଶୋକଙ୍କୁ ମେଡିକାଲ ନେଇଯାଇଥିଲେ।ଅଶୋକ ଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଛି। ଏପର୍ଯ୍ୟନ୍ତ ଦୋଷୀ ମାନେ ଫେରାର ଅଛନ୍ତି। ସ୍ଥାନୀୟ ବୁଦ୍ଧିଜୀବ ତଥା ରାଜନୈତିକ ବ୍ୟକ୍ତି ମାନେ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀଙ୍କୁ ଉଚିତ୍ ଦଣ୍ଡବିଧାନ ପାଈଁ ମତ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *