ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନ୍ୟାୟ ପାଇଁଁ ବଜରଙ୍ଗି ଦଳର ଶୋଭାଯାତ୍ରା ଓ ଥାନାରେ ଦାବିପତ୍ର ପ୍ରଦାନ ।

ପଶ୍ଚିମଵଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଏବେ ପ୍ରତିବାଦ ଜେର ଧରିଛି।ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଓ ବର୍ବର କାଣ୍ଡ ପାଇଁ ଏବେ ସାରା ଦେଶରେ ଡ଼ାକ୍ତର ମାନେ ଏକାଠି ହୋଇଛନ୍ତି। ଚିକିତ୍ସା ଛାଡି ଧର୍ମଘଟକୁ ଓଲ୍ହାଇ ଛନ୍ତି ।ସେହିପରି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବଜରଙ୍ଗଦଳ ପକ୍ଷରୁ ନାଉଗାଁ ବ୍ଳକ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ନାଉଗାଁ ବଜାର ପରିକ୍ରମା କରୀ ନାଉଗାଁ ଥାନାରେ ପହଞ୍ଚି ପିଡିତାଙ୍କ ପରୀବାରକୁ ନ୍ୟାୟ ଓ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଫାସି ପରୀ କଠୋର ଦଣ୍ଡ ଦିଆଯିବା ଦାବି। ସହିତ ନାଉଗାଁ ବ୍ଳକ ମହିଳା ମାନଙ୍କୁ ସୁରକ୍ଷା ଦେବା କୁ ଦାବି ଜଣାଇ ଥିବା ଦେଖାଯାଇଛି।
ଜଗତସିଂହପୁର ରୁ କୁନା ବାରିକ ରିପୋର୍ଟ

Leave a Reply

Your email address will not be published. Required fields are marked *