ଭୁବନ ରେ ଦେଖିବାକୁ ମିଳିଛି ଭାରତ ବନ୍ଦ ର ପ୍ରଭାବ, ବନ୍ଦ ରେ ସାମିଲ ହୋଇଛନ୍ତି ଆମ୍ବେଦକର ସେବା ସଂଗଠନ


Report Papu sahoo
ଆଜି ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ରେ, ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଗତ ଅଗଷ୍ଟ ୧ ତାରିଖ ରେ ଅନୁସୂଚିତ ଜାତି ଓ ଜନଜାତି ଆରକ୍ଷଣ ପାଇଁ ଘୋଷିତ ରାୟ କୁ ବିରୋଧ କରି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଦଳିତ ସଂଗଠନ, ଦେଶବ୍ୟାପି ଦଳିତ ସଂଗଠନ ଗୁଡିକ ଏହି ସଂରକ୍ଷଣ ବିରୋଧୀ ରାୟ କୁ ବିରୋଧ ଦେଖିବାକୁ ମିଳିଛି l ଏହି ଅବସରରେ ଭୁବନ ଦଳିତ ସାମାଜ ତଥା ଆମ୍ବେଦକର ସେବା ସଂଗଠନ ସଦସ୍ୟ ଗୌତମ୍ ପାତ୍ର ଓ ମାନବାଧିକାର କର୍ମୀ ସଞ୍ଜୟ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ଦଳିତ ଯୁବକ ଆଜି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି l ସ୍ଥାନୀୟ କାଳୀବଜାର ରେ ଦୋକାନ ବଜାର ବନ୍ଦ କରିବା ପରେ, ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି, ଜାତୀୟ ରାଜପଥ ନଂ ୫୩ ବାଇପାସ୍ ଉପରେ ଆନ୍ଦୋଳନ କରିଛନ୍ତି ଆନ୍ଦୋଳନକାରୀମାନେ, ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି, କୌଣସି ଯାତ୍ରୀବାହୀ ବସ ଆଜି ଭୁବନ ରୁ ଯାତାୟତ କରିନାହିଁ, ଅନ୍ୟ ପକ୍ଷରେ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ହଜାର ହଜାର ପଣ୍ୟ ବାହି ଗାଡି ଗୁଡିକ ଠିଆ ହୋଇ ରହିଚି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭୁବନ ଥାନା ପକ୍ଷରୁ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଥାନା ଅଧିକାରିଣୀ ମନସ୍ଵିନୀ ମହାନ୍ତି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *