ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ‘କଳାକ୍ରାନ୍ତି’ ମହୋତ୍ସବ।

ପ୍ରାଚୀନ ମହାନଗରୀ କଟକ ଏକ ଐତିହ୍ୟ ସଂସ୍କୃତି ସମୃଦ୍ଧ ସହର ଏବଂ ଏଠି ପାଣିପବନରେ ମଧ୍ୟ କଳାକୀର୍ତ୍ତି
ଭରିରହିଛି ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ ଡଃ ସି.ଭି. ଆନନ୍ଦ ବୋଷ କହିଛନ୍ତି। କଲକତାର ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ କଟକ କଳାବିକାଶ କେନ୍ଦ୍ରରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ‘କଳାକ୍ରାନ୍ତି’ ମହୋତ୍ସବକୁ ଉଦ୍‌ଘାଟନ କରି ପଶ୍ଚିମବଙ୍ଗର ରାଜ୍ୟପାଳ ଡ.ବୋଷ ଏହା
ଦର୍ଶାଇଛନ୍ତି। ଏହି ‘କଳାକ୍ରାନ୍ତି- ଏକ ଭାରତ ଶ୍ରେଷ୍ଠ ଭାରତ’ ମହୋତ୍ସବରେ ମହାରାଷ୍ଟ୍ରର ୨ଟି ଓ ଓଡ଼ିଶାର ୩ଟି ନୃତ୍ୟଦଳ ଯୋଗ ଦେଇଥିଲେ।ଦୀପ୍ତି ଦାଶ ମଞ୍ଚ ସଞ୍ଚାଳନା କରିଥିଲେ। ଗୁରୁ ରାହୁଲରାମ ହରଦେବଙ୍କ ନିର୍ଦେଶନାରେ
ମହାରାଷ୍ଟ୍ରର ଶିଳ୍ପୀମାନେ ଲବଣୀ ଓ ଗୋନ୍ଧାର ଲୋକନୃତ୍ୟ ପରିବେଷଣ କରିଥିଲା ବେଳେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ କଳାବିକାଶ କେନ୍ଦ୍ର ପର୍ଫମିଂଗ ଗ୍ରୁପ୍‌ର ଶିଳ୍ପୀମାନେ ‘ହରି ଓଁ’ ଏବଂ ‘ରାମ୍ ଭଜନ’ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରୀ
ରଘୁରାଜପୁରର ଗୋଟିପୁଅ ଶିଳ୍ପୀମାନେ
ସତ୍ୟପ୍ରିୟ ପଲେଇଙ୍କ ନିର୍ଦେଶନାରେ ବନ୍ଧନୃତ୍ୟ ପ୍ରଦର୍ଶନ କରିଥିଲାବେଳେ ଗୁରୁ ଗଙ୍ଗାଧର ଦାସଙ୍କ ପରିଚାଳନାରେ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଏହି ଉଦ୍‌ଘାଟନୀ
ସଭାରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର
ନିର୍ଦେଶକ ଆଶିଷ ଗିଲ୍ ସ୍ବାଗତ ଭାଷଣ
ରଖୁଥିଲା ବେଳେ ପୂର୍ବାଞ୍ଚଳ ସାଂସ୍କୃତିକ
କେନ୍ଦ୍ରର ସହନିର୍ଦେଶକ ଡା.ତାପସ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହୋତ୍ସବରେ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି,ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଓ ପଦ୍ମଶ୍ରୀ ଉତ୍ସବ ଦାସଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *