ଆଠମଲ୍ଲିକ ଉପଖଣ୍ଡ ରେ ଭାରତ ବନ୍ଦ ର ମହା ପ୍ରଭାବ ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର କିଶୋର ନଗର , ବାମୁରୁ ବଇଣ୍ଡା ଛକ ଓ ଆଠମଲ୍ଲିକ ଠାରେ ଭାରତ ବନ୍ଦ ର ମହା ପ୍ରଭାବ ପଡିଛି । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ପଡି ସଂସଦ ଓ ମହାମହିମ ରାଷ୍ଟ୍ରପତିଙ୍କ ଅଜ୍ଞତାରେ ସୁପ୍ରିମକୋର୍ଟ ଗତ ୧/୮/୨୪ ରିଖ ରେ ସଂରକ୍ଷଣ ବିରୋଧରେ ଯେଉଁ ଆରକ୍ଷଣ ସପକ୍ଷରେ ଵିଲି ପାରିତ କରିଛନ୍ତି , ଏହାକୁ ଅଖିଳ ଭାରତୀୟ ତଫଶିଲି ଭୁକ୍ତ ଜାତି/ ଉପଜାତି ସମୋନାୟ ସମିତି ଆହ୍ଵାନ କ୍ରମେ ଅଗଷ୍ଟ ୨୧ ତାରିଖକୁ ସମ୍ପୂର୍ଣ୍ଣ ଭାରତ ବନ୍ଦ ଡାକରା ରେ ଆଠମଲ୍ଲିକ ଉପଖଣ୍ଡ ର ତଫଶିଲି ଭୁକ୍ତ/ଉପ ଜାତି ସମନୋୟ ସମିତି ଆୟୋଜନ ରେ ଆଠମଲ୍ଲିକ, କିଶୋର ନଗର, ଷୋଳ ପଦା, ବଇଣ୍ଡା ଅଞ୍ଚଳର ଦଳିତ ଆଦିବାସୀ, ପଛୁଆ ବର୍ଗ ସମାଜର ସହ ସହ ସଂଖ୍ୟାରେ ମହିଳା ପୁରୁଷ ଏକତ୍ର ହୋଇ ନାଚ ଗୀତ ବାଜା ବଜାଇ ପାରମ୍ପରିକ ରୀତିନୀତିରେ ସହର ପରିକ୍ରମା କରି ବଇଣ୍ଡା ଛକ ଠାରେ ଉପସ୍ଥିତ ରହି ସବୁ ଦୋକାନ ବଜାର କୁ ବନ୍ଦ ରଖି ୫୫ ଜାତୀୟ ରାଜପଥ କୁ ଅବରୋଧ କରି ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସକାଳ ୭. ଘଣ୍ଟିକା ଠାରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଛକ ନଜର ବନ୍ଦ ରହିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମ ରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ହଣ୍ଡପା ପୋଲିସ ବାହିନୀ ଓ ବଇଣ୍ଡା ଫାଣ୍ଡି କର୍ମ ଚାରି ଜଣ ଉପସ୍ଥିତ ରହି ସହଯୋଗ ଫଳରେ ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ କରାଯାଇଛି ।

ଆଠମଲ୍ଲିକ ରୁ ବୁଲୁ ଦଳେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *