ପରମାଣୁ ଶକ୍ତି ଅସ୍ତ୍ର ନୁହେଁ, ବିକାଶ ପାଇଁ।

ବୈଜ୍ଞାନିକ ପ୍ରଫେସର ହରିହର ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ଉଦଯାପନ ଉତ୍ସବ ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି ।ଏଥ‌ିରେ ମୁଖ୍ୟ ଅତିଥ୍‌ ଭାବେ ମୁମ୍ବଇସ୍ଥିତ ‘ଭାଭା ଆଟୋମିକ ରିସର୍ଚ୍ଚ ସେଣ୍ଟର’ର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ ରଘୁନାଥ ଆଚାର୍ଯ୍ୟ ଯୋଗ ଦେଇ ପରମାଣୁ ଶକ୍ତି କେବଳ ବୋମା ତିଆରି ପାଇଁ
ବ୍ୟବହାର ହୁଏ ନାହିଁ ବୋଲି କହିଛନ୍ତି। ‘ପରମାଣୁ,ଶକ୍ତିର ସାମାଜିକ ଉପଯୋଗିତା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ପରମାଣୁ ଶକ୍ତିକୁ ପରିବେଶ ସୁରକ୍ଷା, କୃଷି, ଖାଦ୍ୟ ଉତ୍ପାଦନ, ସ୍ଵାସ୍ଥ୍ୟସେବା, ଶିଳ୍ପର
ବିକାଶ ଆଦିରେ ବ୍ୟବହାର କରାଯାଉଛି ବୋଲି ସେ କହିଥିଲେ। ଉଦ୍‌ଘାଟକ ଭାବେ ଯୋଗ ଦେଇ ପଦ୍ମଶ୍ରୀ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଶିକ୍ଷାର ବିକାଶରେ ସମାଜର ବିକାଶ ହୁଏ ବୋଲି କହିଥିଲେ।
ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି ସଭାରେ ଯୁଗ୍ମ ସମ୍ପାଦକ ଦିଲୀପ ଦାସ ଅତିଥି ପରିଚୟ
ଦେଇଥ‌ିବା ବେଳେ ସଙ୍ଗଠନ ସମ୍ପାଦକ ସୁଭାଷ ଚନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ। ଏହି ଅବସରରେ
ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀଙ୍କୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓ ପ୍ରଫେସର
ଡ. ଭାରତୀ ବେହେରାଙ୍କୁ ଉଭିଦ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ପ୍ରଫେସର ଡଃ ହରିହର ପଟ୍ଟନାୟକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଫେସର ହରିହର ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥ୍‌ ପ୍ରଫେସର ଜ୍ୟୋତ୍ସ୍ନା ମହାପାତ୍ର ସ୍ଵର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଶତବାର୍ଷିକୀ କମିଟିର ଉପସଭାପତି ଡଃ ଆଶୁତୋଷ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
‘ପ୍ରଫେସର ଡଃ ହରିହର ପଟ୍ଟନାୟକ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ସୂପର୍ଣା ଦତ୍ତ ମାନପତ୍ର ପାଠ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥ‌ିବା
ବିଜ୍ଞାନ କୁଇଜ୍ ପ୍ରତିଯୋଗିତାରେ ରେଭେନ୍ସା କଲିଜିଏଟ ସ୍କୁଲର ୬ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *