ଓଡ଼ିଶା ମେଲୋଡ଼ି ଆସୋସିଏସନ୍‌ ୧୪ତମ ବାର୍ଷିକ ଉତ୍ସବ “ ପଂଚମ – ୨୦୨୪”

ଓଡ଼ିଶା ମେଲୋଡ଼ି ଆସୋସିଏସନ୍‌ର
୧୪ତମ ବାର୍ଷିକ ଉତ୍ସବ “ପଂଚମ – ୨୦୨୪” କଟକ ସ୍ଥିତ ନିଶାମଣି କନଭେକ୍ସନ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଉତ୍ସବରେ ବାଙ୍କୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ତ୍ରିପାଠୀ, ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥ୍ୟ ଭାବେ ମେୟର ଶ୍ରୀଯୁକ୍ତ ସୁବାସ ସିଂ, ଭକ୍ତ ବଲ୍ଲଭ ଦାସ , ସମାଜସେବୀ ରଞ୍ଜନ କୁମାର ବିଶ୍ୱାଳ , ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ପ୍ରଭୁ ଚରଣ ମହାନ୍ତି ଯୋଗ ଦେଇଥିଲେ।
ଓମା ର ସଭାପତି ଶ୍ରୀଯୁକ୍ତ ନିଲୁ ମହାନ୍ତି ସଭା ପରିଚାଳନା କରିଥିଲେ। ସଂଘର ସଂପାଦକ ଶ୍ୟାମକୁମାର କଳାକାରମାନଙ୍କ ଭତା ଏବଂ ସଂଘର ସ୍ଥାୟୀ ଗୃହ ନିର୍ମିତ ମାନ୍ୟବର ମେୟରଙ୍କୁ ଏବଂ ସମସ୍ତ ଅତିଥି ଙ୍କ ନିକଟରେ ପ୍ରସ୍ତାବ ରଖି ଥିଲେ ।
ଏହାପରେ ଶ୍ରୀଯୁକ୍ତ ପ୍ରସେନଜିତ ମହାନ୍ତି , ଅରୁଣ ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରମୋଦ ରଥ ଏବଂ ଶ୍ରୀମତି ସୁଜାତା ରଥଙ୍କୁ ମଂଚ କଣ୍ଠଶିଳ୍ପୀ
ଭାବରେ ଓମା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହାପରେ ସାଂସ୍କୃତିକ ସନ୍ଧ୍ୟାରେ କଣ୍ଠଶିଳ୍ପୀ କୁମାର ଦିଲିପ୍,ଏ ସି ପି କୃଷ୍ଣଚନ୍ଦ୍ର ସେଠୀ , କୁଲଦିପ ପଟ୍ଟନାୟକ, ଜେମସ୍, ଶର୍ମିଷ୍ଠା ସରକାର, ରାନୀ ଏବଂ ରାଜନନ୍ଦିନୀ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କ
ମନମୁଗ୍ଧ କରିଥିଲେ। ଆରିଅନ୍ ଡ୍ୟାନ୍ସ ଗ୍ରୁପ ଭୁବନେଶ୍ଵରର କଳାକାରମାନେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ଚିତ୍ରବିନୋଦନ କରିଥିଲେ । ଏହି ଉତ୍ସବରେ ଓମାର ମୁଖ୍ୟ ଉପଦେଷ୍ଟା ପ୍ରଭାତ ରଞ୍ଜନ ବୋଷ, ବିରେନ୍ଦ୍ର ଦାସ
ଲୁଲୁ ମହାନ୍ତି , ଅଞ୍ଜନ ମାହାନା , ବାପି ମହାପାତ୍ର,କୁସୁନ୍ ମହାନ୍ତି , ଅରବିନ୍ଦ ବଳିଆରସିଂ ଏବଂ ଶ୍ରୀକାନ୍ତ ରାୟ ଉତ୍ସବକୁ ପରିଚାଳନା କରିଥିଲେ । ଓମାର ସମସ୍ତ ଅର୍‌ଗାନାଇଜର୍ ଓ କଳାକାରମାନେ ରହି କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ। ପରିଶେଷରେ ଓମା ର ସଭାପତି ନିଲୁ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *