ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ର (ଉପା) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କୁ ଜନ୍ମଦିନ ଅଭିନନ୍ଦନ। ତାଙ୍କର ଦର୍ଘ ଓ ନିରାମୟ ଜୀବନ କାମନା କରୁଛି।

ସୂଚନାଯୋଗ୍ୟ, ଜନ୍ମଦିନ ପାଳନ ଲାଗି ସୋନିଆ ଗାନ୍ଧୀ ଗୁରୁବାର ଦିନ ସମ୍ପ୍ରତି କଂଗ୍ରେସ ‘ଭାରତ ଯୋଡ଼ ଯାତ୍ରା’ ଚାଳାଇଥିବା ରଣଥମ୍ବୋର୍‌ରେ ପହଞ୍ଚିଥିଲେ। ଗତକାଲି ସେ ଜୟପୁରରେ ପହଞ୍ଚିବା ପରେ ଅପରାହ୍ଣରେ ହେଲିକପ୍ଟର୍‌ ଯୋଗେ ସୱାଇ ମାଧୋପୁର ଯାତ୍ରା କରିଥିଲେ। ରଣଥମ୍ବୋରସ୍ଥିତ ‘ଶେର୍‌ ବାଗ୍‌ ହୋଟେଲ୍‌’ରେ ରହିଥିବା ସୋନିଆ ଆଜି ଜନ୍ମଦିନ ପାଳନ କରିବେ ବୋଲି ଦଳୀୟ ନେତାମାନେ କହିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଡ଼କ ପଥରେ ଆସି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ସୋନିଆ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ଯଥାରୀତି ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

ଟୁଇଟ୍‌ କରି କଂଗ୍ରେସ ନେତା ପୱନ୍‌ ଖେରା ଲେଖିଛନ୍ତି: ଉତ୍ତମ ମାନବ ଓ ନେତାଙ୍କ ମଧ୍ୟରେ ଅନ୍ୟତମା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଈଶ୍ବର ତାଙ୍କୁ ଦୀର୍ଘ ଓ ନିରାମୟ ଜୀବନ ଦିଅନ୍ତୁ।

ଟୁଇଟ୍‌ କରି ସାଂସଦ ଶଶୀ ଥରୁର ଲେଖିଛନ୍ତି: ଜନ୍ମଦିନରେ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଶୁଭେଚ୍ଛା।

ସେହିପରି, କଂଗ୍ରେସ ନେତା ସଲ୍‌ମାନ୍‌ ଖୁର୍ସିଦ୍‌ ‌ଟୁଇଟ୍‌ କରି ଲେଖିଛନ୍ତି: ‘ଉପା’ର ଅଧ୍ୟକ୍ଷା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଈଶ୍ବର ତାଙ୍କୁ ଦୀର୍ଘ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ।

ଯୁବ କଂଗ୍ରେସ ନେତା ଶ୍ରୀନିବାସ ବି.ଭି. ଟୁଇଟ୍‌ କରି ଲେଖିଛନ୍ତି: ଏ ଦେଶର ସେବାରେ ବହୁକିଛି ହରାଇଥିବା ଜଣେ ନାରୀ ଏ ଦେଶର ପ୍ରଗତି ନିମନ୍ତେ ତାଙ୍କର ସମସ୍ତ ଶୌର୍ଯ୍ୟ ସହିତ ଅଟଳ ହୋଇ ଠିଆ ହେବା ସହିତ ସୁବିଧା ଅସୁବିଧା ସମୟରେ କଂଗ୍ରେସ ଦଳର ମାର୍ଗ ଦର୍ଶନ କରାଉଛନ୍ତି। ଆମ ନେତ୍ରୀ ସୋନିଆଜୀଙ୍କୁ ଶୁଭ ଜନ୍ମଦିନ ଜଣାଇବା ସହିତ ତାଙ୍କର ଭବିଷ୍ୟତ ସମୃଦ୍ଧ ଓ ସୁଖଦାୟକ ହେଉ ବ‌ୋଲି କାମନା କରୁଛି।

Leave a Reply

Your email address will not be published. Required fields are marked *