କୃଷକ ମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ଦେଲେ ପରାମର୍ଶ

କୃଷକ ମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ଦେଲେ ପରାମର୍ଶ।
ଆଇ ସି ଏ ଆର୍ , ନୂଆଦିଲ୍ଲୀ ଦ୍ବାରା କଟକ, ବିଦ୍ୟାଧରପୁର ସ୍ଥିତ ଏନ୍ ଆର୍ ଆର୍ ଆଇ ଠାରେ ଆଇ.ସି.ଏ.ଆର. ଆଞ୍ଚଳିକ କମିଟି-୨ ର ୨୭ତମ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହି ବୈଠକକୁ ଉଦଘାଟନ କରିଥିଲେ। ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିବେଶ ପୃଷ୍ଠଭୂମିରେ ଅବସ୍ଥିତ ଭାରତର ଜୋନ -୨ରେ ଥିବା ରାଜ୍ୟଗୁଡିକରେ କୃଷି, ଉଦ୍ୟାନ କୃଷି, ପଶୁପାଳନ ଏବଂ ମତ୍ସ୍ୟ କ୍ଷେତ୍ର ସହିତ ଜଡିତ ସମସ୍ୟା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା । ଓଡିଶା ସରକାର ବର୍ତ୍ତମାନ ସାରା ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି ଯାହା ଚାଷୀଙ୍କୁ ଅଭାବୀ ବିକ୍ରି ଆଶଙ୍କା ଦୁର କରିପାରିବ । ଆଇ ସି ଏ ଆର୍ ର ମହାନିର୍ଦେଶକ ଡକ୍ଟର ହିମାଂଶୁ ପାଠକ ଏହି ବୈଠକର ସଭାପତିତ୍ୱ କରିଥିଲେ । ପରିଷଦର ଫସଲ ବିଜ୍ଞାନ ବିଭାଗର ଉପ ମହାନିର୍ଦେଶକ ଡକ୍ଟର ତିଳକ ରାଜ ଶର୍ମା ଆମନ୍ତ୍ରିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁପି ଆରସିଏମ-ର ପୃଷ୍ଠଭୂମି ଉପସ୍ଥାପନ କରିଥିଲେ । କୃଷି ଅନୁସନ୍ଧାନ ଏବଂ ବିକାଶର ପ୍ରମୁଖ ସଫଳତା ଉପରେ ଆଇସିଏଆର ପରିଚାଳନା କମିଟିର ସଦସ୍ୟ ତଥା ଆଇସିଏଆରର ଉପ ମହାନିର୍ଦେଶକ, ରାଜ୍ୟ କୃଷି ବିଶ୍ବବିଦ୍ୟାଳୟର କୁଳପତିମାନ, ଆଇସିଏଆରର ସହାୟକ ମହାନିର୍ଦେଶକ, ବିଭିନ୍ନ ଆଇସିଏଆରର ଅନୁଷ୍ଠାନର ନିର୍ଦ୍ଦେଶକ, ରାଜ୍ୟ କୃଷି ବିଶ୍ବବିଦ୍ୟାଳୟର ଅନୁସନ୍ଧାନ ଏବଂ ସମ୍ପ୍ରସାରଣର ଡିନ୍ ଏବଂ ନିର୍ଦ୍ଦେଶକ ଏବଂ ପାଞ୍ଚଟି ରାଜ୍ୟ ରାଜ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ । ଆମନ୍ତ୍ରିତ ବୈଜ୍ଞାନିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆଇ ସି ଏ ଆର୍, କଟକର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *