ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା କୁ ନେଇ ଏସ ସି ବି ରେ ପହଞ୍ଚିଲେ ଉମା ଶଙ୍କର ଶତପଥୀ

ଆର୍ ଜି କର ମେଡ଼ିକାଲ କଲେଜ୍ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା କୁ ନେଇ ଏସ ସି ବି ରେ ପହଞ୍ଚିଲେ ଅତିରିକ୍ତ ଡି ଏମ୍ ଇ ଟି ଉମା ଶଙ୍କର ଶତପଥୀ।ଧାରଣାରତ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ସହ କଲେ ଆଲୋଚନା । ଧାରଣାରୁ ଓହରି ସମ୍ପୂର୍ଣ କାର୍ଯ୍ୟରେ ଯୋଗ ଦେବା ପାଇଁ କଲେ ଅନୁରୋଧ । ବିଭିନ୍ନ ପ୍ରସଙ୍ଗ ନେଇ ହେଲା ଆଲୋଚନା । ଓଡ଼ିଶାରେ କିଭଳି ଏପରି ଘଟଣା ନ ଘଟିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ଶତପଥୀ। ତେବେ ଆଲୋଚନା ପରେ ଆନ୍ଦୋଳନ ରୁ ଓହରିଲେ ଏସିବି ମେଡ଼ିକାଲ ର ଆନ୍ଦୋଳନରତ ଡାକ୍ତର। ଶୁକ୍ରବାର ରାତି 12 ଟା ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟ ରେ ଯୋଗ ଦେବେ ଆନ୍ଦୋଳନରତ ଡାକ୍ତର।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *