ସି.ପି.ଆଇ. (ଏମ୍)ର ଅଭ୍ୟର୍ଥନା କମିଟି ଗଠନ।

ସି.ପି.ଆଇ.(ଏମ୍)ର ୨୩ତମ ରାଜ୍ୟ ସମ୍ମିଳନୀ ଆସନ୍ତା ଡ଼ିସେମ୍ବର ୧୬,୧୭,୧୮, କଟକ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ କୁ ଅତିଥ୍ୟତା ପ୍ରଦାନ ପାଇଁ କଟକ ସର୍କିଟ ହାଉସ୍ ର ବୈଠକ ଗୃହ ରେ ଅଭ୍ୟର୍ଥନା କମିଟି ଗଠନ ଉଦ୍ଦେଶ୍ୟରେ ଏକ ସଭା ର ଆୟୋଯିତ କରାଯାଇଥିଲା। ଏହି ସଭା ରେ ସି.ପି. ଆଇ.(ଏମ୍)ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ , ଜନାର୍ଦ୍ଦନ ପତି, ଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ନେତୃତ୍ୱ ଙ୍କ ସମେତ କଟକ ସହରର ସାଥୀ ଓ ସମର୍ଥକ ମାନେ ଯୋଗଦେଇଥିଲେ। ୩୩ବର୍ଷ ପରେ ଆୟୋଜିତ ହେଉଥିବା ଏହି ରାଜ୍ୟ ସ୍ତରୀୟ କାର୍ଯକ୍ରମକୁ ସଫଳ କରିବା ପାଇଁ ଆୟୋଜିତ ସଭାରେ ଗଠନ ହୋଇଥିବା ଅଭ୍ୟର୍ଥନା କମିଟି କଟକ ଜିଲ୍ଲା କମିଟିର ସମ୍ପାଦକ ବଦ୍ରୀ ନାରାୟଣ ଦାଶ ଙ୍କ ସଭପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅଭ୍ୟର୍ଥନା କମିଟି ମୁଖ୍ୟ ପୃଷ୍ଠପୋଷକ ଭାବରେ ପୂର୍ବତନ ଆଡଭୋକେଟ ଜେନେରାଲ୍ ତଥା ଅଲଇଣ୍ଡିଆ ବାର କାଉନସିଲର ପୂର୍ବତନ ସଭ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ରହିଥିବା ବେଳେ , ବରିଷ୍ଠ ଆଡଭୋକେଟ ଶକ୍ତିଧର ଦାସ, ଶ୍ରୀମତୀ ମୀନାକୁମାରୀ ଦାସ, ଲକ୍ଷ୍ମୀଧର ପଙ୍ଗାରୀ, ଶଶିଭୂଷଣ ଦାସ, ପ୍ରଶାନ୍ତ ନାୟକ, ଦୀପକ ମହାପାତ୍ର, କବିରାଜ ପ୍ରଧାନ,ଭରତ ପଣ୍ଡା ଓ ରିଣ୍ଟୁ ନାୟକ ପ୍ରମୁଖ ରହିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଭାବରେ ଶ୍ରୀ ଜନାର୍ଦ୍ଦନ ପତି, ବରିଷ୍ଠ ନେତା ରବିନାରାୟଣ ମଲ୍ଲିକଙ୍କୁ ଉପାଧ୍ୟକ୍ଷ ଭାବରେ ଦାୟିତ୍ଵ ମିଳିଛି। ଏହି ସଭାରେ ପ୍ରାୟ ୧୦୦ରୁ ଉର୍ଦ୍ଧ କର୍ମ କର୍ତ୍ତା ଯୋଗ ଦେଇଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *