ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଘରୋଇ ହସ୍ପିଟାଲ ଚାଲାଣର ଅଭିଯୋଗ ଆଣିଥିଲେ ରୋଗୀ

ଗତ ୨୩ ତାରିଖରେ ଏସସିବି ମେଡିକାଲ ୟୁରୋଲୋଜି ବିଭାଗର ଜଣେ ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଘରୋଇ ହସ୍ପିଟାଲ ଚାଲାଣର ଅଭିଯୋଗ ଆଣିଥିଲେ ରୋଗୀ ସମ୍ପର୍କୀୟ। ଏହା ପରେ କ’ଣ ତଦନ୍ତ ହେଲା କେଜାଣି ରୋଗୀକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରି ଘରୋଇ ମେଡିକାଲରୁ ତଡ଼ିବାପାଇଁ ବାଧ୍ୟ କରାଗଲା। ଦୀର୍ଘ ୫ଦିନ କାଳ ପୋଲିସ୍ ଠାରୁ ନ୍ୟାୟ ଅପେକ୍ଷା କରି କରି ଶେଷରେ ରୋଗୀକୁ ନେଇ ଘରକୁ ପଳେଇଲେ ପରିବାର ଲୋକେ। ପୋଲିସ୍ ପ୍ରକୃତରେ ତଦନ୍ତ କଲା, ନା ଜାଣିଶୁଣି ସମୟ ଗଡ଼େଇ ଗଡ଼େଇ ମାମଲାକୁ ଦୁର୍ବଳ କଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।ପିଡିତା ଙ୍କ କହିବା କଥା ପୋଲିସ୍ ମାମଲାକୁ ରଫାଦଫା କରିଦେଇ କହିଲା ତୁମେ କାଲି ବଡ଼ମେଡିକାଲ କୁ ପଳେଇବ ସେହି ଡାକ୍ତର ତୁମର ଆଡ଼ମିଶନ କରି ମାଗଣା ଚିିିକିତ୍ସା କରିବେ। ପୋଲିସ୍ ଅଭିଯୁକ୍ତ ଡ଼ାକ୍ତରଙ୍କୁ ଗିରଫ କରିବାକଥା ନା ପିଡିତାଙ୍କୁ ଅଭିଯୁକ୍ତ ପାଖକୁ ପଠେଇବା କଥା କେଉଁଟି ଠିକ୍। ଏ ସମଗ୍ର ଘଟଣାରେ ପୋଲିସ୍ ର ଭୂମିକା ସନ୍ଦେହ ଘେରରେ।ଏଥିପାଇଁ ଦାୟୀ କିଏ ?ଏଭଳି ଘଟଣାରେ ଡାକ୍ତର ଦୋଷୀ, ନା ପୋଲିସ୍ ଦୋଷୀ।ଯଦି ପୋଲିସ୍ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରେ ତେବେ ଏହା କଟକ କମିଶନରେଟ୍ ପୋଲିସ କାର୍ଯ୍ୟଦକ୍ଷତାର ଏକ ବଳିଷ୍ଠ ନିଦର୍ଶନ ହୋଇ ଉଦାହରଣ ସୃଷ୍ଟି କରିବ ନିଶ୍ଚୟ।

Leave a Reply

Your email address will not be published. Required fields are marked *