ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ଵାରା ଚଢ଼ାଉ ।

ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ଵାରା ଚଢ଼ାଉ । କଟକ ଭିଜିଲାନ୍ସ ବିଭାଗ ଦ୍ୱାରା ଓଡିଶା ଉଚ୍ଚ ମାଧ୍ୟମିକ ପରିଷଦ କାର୍ଯ୍ୟଳୟର କର୍ମଚାରୀ ପୁରେନ୍ଦ୍ର ସେଠୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ପୁରେନ୍ଦ୍ର ସେଠୀଙ୍କ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମର ପୈତୃକ ଘରେ ଚଢ଼ାଉ କରାଯିବା ସମେତ ଭୁବନେଶ୍ୱରରସ୍ଥିତ କାନନବିହାର ଘର ଓ ସାମନ୍ତରାପୁର କାର୍ଯ୍ୟଳୟରେ ଚଢ଼ାଉ ହୋଇଥିଲା । ସେହିପରି ବାଲିକୁଦା ବ୍ଲକ ଅନ୍ତର୍ଗତ ମଲ୍ଲିକାପୁର ଆରଆଇ ବିଭୁଦତ୍ତ ସାହୁ ବାଲିକୁଦା ଅଳାବର ଅଞ୍ଚଳର ନିମେଇ ଜେନା ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ କିସମ ପରିବର୍ତନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି । ଜିଲ୍ଲାରେ ଏକକାଳୀନ ୨ ଜଣ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ଦ୍ଵାରା ଚଢ଼ାଉ ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲିଟିଛି ।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *