କଟକ, ରାଣୀହାଟ ରାଧାଗୋବିନ୍ଦଜୀୟୁ ମନ୍ଦିରରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ।

ଅତି ଆଡମ୍ବର ତଥା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ,ରୀତି ନୀତି ଅନୁସାରେ ପୂଜା ପାଠ ସହିତ ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ଶବ୍ଦରେ ଉଚ୍ଛୁଳି ପଡ଼ିଛି ମଠ ମନ୍ଦିର,ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଠାକୁରଙ୍କ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଛି,କଟକ , ରାଣୀହାଟ ଛକ ରେ ଥିବା ରାଧା ଗୋବିନ୍ଦଯୀୟୁ ମନ୍ଦିର ରେ କିଭଳି ଥିଲା ପରିବେଶ ଆସନ୍ତୁ ନଜର ପକାଇବା

ଅପର ପକ୍ଷରେ ଆଜିକୁ ଦୁଇ ଦିନ ହେବ ଆମେ ବ୍ୟସ୍ତତା ଭିତରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଇଁ ଲାଗିଛୁ,ପାଖାପାଖି ଦଶ ହଜାର ଭକ୍ତଙ୍କ ସମାଗମ ହୋଇଛି, ଭକ୍ତଙ୍କ ପାଇଁ ପାଖାପାଖି ଏକ କ୍ଵିଣ୍ଟାଲ ରୁ ଅଧିକ ଲଡୁ ବଣ୍ଟନ କରାଯାଇଛି ବେଶ୍ ଶାନ୍ତି ଶୃଙ୍ଖଳାର ସହ ପୂଜାର୍ଚ୍ଚନା ଚାଲିଛି,ତେବେ ଡର ଥିଲା ଯଦି ବର୍ଷା ହୁଏ ତେବେ ଆଜିର ସବୁ କାର୍ଯ୍ୟକ୍ରମ ଫସର ଫାଟି ଯିବ,କିନ୍ତୁ ପ୍ରଭୁଙ୍କ କୃପା ରୁ ସେମିତି କିଛି ହୋଇ ନାହିଁ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟି ଚନ୍ଦ୍ର ଶେଖର ନାଟିଆ

ଆମେ ରଥ ଯାତ୍ରା ରେ ବଡ଼ ଦାଣ୍ଡରେ ଶ୍ରୀ ଜିଉ ଙ୍କ ଆଗରେ ନୃତ୍ୟ ପରିବେଷଣ କରୁ,ଯେତେବେଳେ ମହାପ୍ରଭୁଙ୍କ ଆଗରେ ନିଜର କଳା ପ୍ରଦର୍ଶନ କରୁ ବେଶ୍ ଖୁସି ଲାଗେ,ଠିକ୍ ସେହିପରି ପ୍ରଭୁ ଶ୍ରୀ କୃଷ୍ଣ ହେଉଛନ୍ତି ସବୁ କଳାର ଅଧିକାରୀ ତାଙ୍କରି ଶୁଭ ଅବସରରେ ତାଙ୍କରି ମନ୍ଦିରରେ ନୃତ୍ୟ ପରିବେଷଣ ଆମକୁ ବେଶ୍ ଆତ୍ମ ସନ୍ତୋଷ ଦିଏ କହିବା ସହ ଅନ୍ୟ କାର୍ଯ୍ୟକ୍ରମ ବାତିଲ କରି ଆମେ ଏଇ ନନ୍ଦ ଉତ୍ସବ ରେ ଭାଗ ନେଇଛୁ ବୋଲି କହିଛନ୍ତି ନୃତ୍ୟାଙ୍ଗନା ଧରାଶ୍ରୀ।

Leave a Reply

Your email address will not be published. Required fields are marked *