ବୋହୂ ର ଗରମ ପାଣିମାଡରେ ଶାଶୁ ଗୁରୁତରପୁଅ ବୋହୂ ଗିରଫ….


(ପପୁ ସାହୁ ଙ୍କ ରିପୋର୍ଟ୍)
ଘରୋଇ କଳିକୁ ନେଇ ବୋହୂର ଅମାନବୀୟ କାଣ୍ଡ, ବୋହୂ ର ଗରମ ପାଣି ମାଡ ରେ ଶାଶୁ ଗୁରୁତର ହୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଭୁବନ ଗୋପାଳପୁର ପାଟଣା ସାହି ର ବୋଦ୍ଧିମନ୍ତ ସାହୁ ଙ୍କ ସ୍ତ୍ରୀ ବାଜ ସାହୁ ନିଜ ବଡପୁଅ ରହୁଥିବା ଭଦଳିଆପଶି ଘର କୁ ଯାଇଥିଲେ । ଛାତ ଉପରୁ ବୋହୂ ନନ୍ଦିନୀ ଗରମ ପାଣି ଫିଙ୍ଗି ଦେଇଥିଲେ। ପୁଅ ରବିନ ଓ ନାତି ରଙ୍ଗନ୍ ଇଟା ଫୋପଡ଼ିବାରୁ ଭିନ୍ନକ୍ଷମ ପୁଅ ଜୟନ୍ତ ଆହତ ହୋଇଥିବା ଜଣାପଡିଛି। ଶାଶୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ବୋହୂ ନନ୍ଦିନୀ ଓ ପୁଅ ରବିନକୁ ପୋଲିସ ଗିରଫ କରିଛି। ଚର୍ଚ୍ଚାର ବିଷୟ ହେଉଛି ନାବାଳକ ନାତି ରଙ୍ଗନ ର ଉନ୍ମତ୍ତ ନାଚ ସହିତ ନିଜ ଜେଜେମା ଉପରକୁ ପଥର ଫୋପାଡିବା ଦ୍ରୁଶ୍ୟ … ପୀଡିତ ଙ୍କ ସ୍ୱାମୀଙ୍କ ବୟାନ ଅନୁସାରେ ସେ ନୂଆ ଭୁବନ ରେ ଏଜ ଘରକୁ ନିର୍ମାଣ କରିଛନ୍ତି, ଏଥିରେ କୌଣସି ପୁଅ କିଛି ବି ଅର୍ଥ ସହାୟତା କରି ନାହାଁନ୍ତି, ତାଙ୍କର୍ ଚାରି ପୁଅ, ଗୋଟିଏ ପୁଅ ଜୟନ୍ତ ଭିନ୍ନକ୍ଷମ, ମାତ୍ର କିଛି ବର୍ଷ ହେବ ବଡ ପୁଅ ରବି ସେ ଘରେ ଜୋର୍ ଜବରଦସ୍ତ ନିଜ ପରିବାର ସହିତ ରହୁଚି, କାହାକୁ ଘରେ ପୂରାଇ ଦେଉନି, ଏନେଇ ବୃଦ୍ଧ ବୋଧିମନ୍ତ ବାରମ୍ବାର ଥାନା ର ଦ୍ୱାରସ୍ଥ ହୋଇଛନ୍ତି କିଛି ସୁଫଳ ନପାଇ ଗତ ସୋମବାର ଦିନ ୧୦ ଟା ସମୟରେ ନିଜ ଭିନ୍ନକ୍ଷମ ପୁଅ କୁ ନେଇ ଉକ୍ତ ଘରେ ପ୍ରବେଶ ଉଦ୍ୟମ କରିଥିଲେ, ସେହି ସମୟରେ ଘରେ ଭିତର ପଟୁ ତାଲା ପକାଇ ଛାତ ଉପରେ ଥାଇ ନିଜ ଶାଶୁ ଉପରେ ଗରମ୍ ପାଣି ପକାଇ ଦେଇଚି, ଶାଶୁ ବାଜ ସାହୁଙ୍କ ଅର୍ଦ୍ଧାଧିକ ଶରୀର ପୋଡି ଚମଡା ଛାଡି ଯାଇଚି l ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି l ଆଇନ ର ଗଳା ବାଟରେ ଅଭିଯୁକ୍ତ ବହୁ କୁ ବେଲ ମିଳି ଯାଇଚି ସେଥିପାଇଁ ଶ୍ୱଶୁର କ୍ଷୋଭ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *