ସ୍ଵଚ୍ଛତା ର ହେବ ଜୟ, କଟକ ପାଇବ ନୂଆ ପରିଚୟ

ଆଜି ସ୍ବାୟତ୍ତ ଶାସନ ଦିବସ । ଆଜି ପୂର୍ବାହ୍ନ ରେ କଟକ ମହାନଗର ନିଗମ ପରିସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା ଓ ପରେ ପରେ ଏକ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା।ଆଜି ଦିନରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁ ଉନ୍ନତି ମୂଳକ କାର୍ଯ୍ୟର ଉଦ୍ଘାଟନ ଅପେକ୍ଷାରେ ରାଜ୍ୟବାସୀ ଅଛନ୍ତି । କିନ୍ତୁ ଆମ ପରିମଳକୁ ଓ ପରିବେଶକୁ ପ୍ରାତଃ ସମୟରେ ସ୍ବଚ୍ଛ କରିଆସୁଥିବା ଏହି ସ୍ବଳ୍ପ ବେତନ ନେଉଥ‌ିବା ସ୍ଵଚ୍ଛକର୍ମୀ ମାନଙ୍କୁ ନିଜ ଅଞ୍ଚଳରେ ସମ୍ମାନିତ କରାଯିବ ।ସେମାନେ ହିଁ ଆମ ପରିବାରର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସକାଳୁ ସକାଳୁ ଆସି ଆମ ଅଳିଆ ଆବର୍ଜନାକୁ ସଫେଇ କରିଥାଆନ୍ତି । ଏହି କାର୍ଯ୍ୟକ୍ରମରେ, ମେୟର ଶ୍ରୀ ସୁବାଷ ସିଂ, ସି ଏମ୍ ସି କମିଶନର, ଡେପୁଟି ମେୟର, ସମସ୍ତ ୱାର୍ଡର କର୍ପୋରେଟର ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *