୨୫ ବର୍ଷରେ ପଦାର୍ପଣ କଲା ଭାରତ ମସଲା ।

ପ୍ରତିବର୍ଷ ପରି ଚଳିତ ବର୍ଷ ନିକର ପରମ୍ପରାକୁ ଅକ୍ଷୁର୍ଣ ରଖ୍ ଭାରତ ମସଲା କଂପାନୀ ପକ୍ଷରୁ ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୭ ତାରିଖ ଗଣେଷ ଚତୁର୍ଥୀ ଦିନ ପାଳନ ହେବାକୁ ଯାଉଛି । ବାରଙ୍ଗ, ରାମଦାସପୁରସ୍ଥିତ ଭାରତ ମସଲା କଂପାନୀ ପରିସରରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଏହି ନାଁକୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇଥିବା ପ୍ରତିଭାମାନଙ୍କୁ ସମ୍ବଦ୍ଧିତ କରାଯିବା ପାଇଁ ସ୍ଥିର କରାଯାଇଛି । ଚଳିତ ବର୍ଷ ଅଯୋଦ୍ଧା ରାମମନ୍ଦିର ନିର୍ମାଣ ଓ ଯୁଗପୁରୁଷ ରାମଲାଲାଙ୍କ ମଥାରେ ସୂର୍ଯ୍ୟଙ୍କ ରଶ୍ମିକୁ ସିଧାସଳଖ ପହଂଚାଇ “ ସୂର୍ଯ୍ୟତିଳକ” ପିନ୍ଧାଇବାରେ ଯାହାଙ୍କ ଭୂମିକା ଅଗ୍ରଗଣ୍ୟ ସେହି ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପାଣିଗ୍ରାହୀଙ୍କୁ “ଭାରତ ଗୌରବ” ସମ୍ମାନରେ ସମ୍ମାନିତ କରାଯିବସେହିପରି ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶେଷ ବ୍ୟକ୍ତିତ୍ଵ ମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଜୟଭାରତ ଫାଉଣ୍ଡେସନ୍ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଭାଧାରୀ ମାନଙ୍କୁ ନଗଦ ଅର୍ଥ ରାଶି ସହ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମଦ୍ଧିତ କରାଯିବ ବୋଲି ଏହାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ପ୍ରକାଶ କରିଛନ୍ତି । ଏସ୍ଏନ୍ ମିଲେନିୟମଙ୍କ ସଂଯୋଜନା ଓ ଭାରତ ମସଲାର ଜିଏମ୍ ଅରୁଣ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ସିଂ, ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *