ସ୍ୱାଧୀନତା ସଂଗ୍ରାମର ସିପାହୀ ସହିଦ ବକ୍ସି ଜଗବନ୍ଧୁଙ୍କ ୧୨.୫ ଫୁଟ ଉଚ୍ଚ ବ୍ରୋଞ୍ଚ ପ୍ରତିମୂର୍ତ୍ତୀର ଉଦ୍ଘାଟନ

କଟକ ରେ ସ୍ୱାୟତ୍ତ ଶାସନ ଦିବସରେ ସ୍ୱାଧୀନତା ସଂଗ୍ରାମର ସିପାହୀ ସହିଦ ବକ୍ସି ଜଗବନ୍ଧୁଙ୍କ ୧୨.୫ ଫୁଟ ଉଚ୍ଚ ବ୍ରୋଞ୍ଚ ପ୍ରତିମୂର୍ତ୍ତୀର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟସଭା ସାଂସଦ, କଟକର ଲୋକସଭା ସାଂସଦ, ମେୟର, ବିଧାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଖୁବ ନିକଟରୁ ଅବୟବ ବ୍ରୋଞ୍ଚ ପ୍ରତିମୂର୍ତି କୁ ଦେଖି ଉଭୟ ନେତା ଆନନ୍ଦ ପ୍ରକାଶ କରିଥିଲେ । ଏହା ମଧ୍ୟରେ ବକ୍ସିବଜାର ଛକ ରେ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଅନାବରଣ ସମୟରେ ଯଦିଓ ଏହା ଏକ ସରକାରୀ କାର୍ଯକ୍ରମ ଥିଲା ହେଲେ ଏହି ସମୟରେ ବିଜେପି ବିଜେଡି କର୍ମୀଙ୍କ ମଧ୍ୟରେ ପତାକା ଦ୍ଵାରା ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ବିଜେଡି କର୍ମୀ କଳା ପତାକା ପ୍ରଦର୍ଶନ କରିଥିଲେ। ରାଜ୍ୟର ସ୍ବାର୍ଥ କୁ ଗୁରୁତ୍ଵ ନ ଦେଇ ଏହି ଭଳି ହୀନ ରାଜନୀତି କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *