ସ୍ଵଚ୍ଛକର୍ମୀ ଙ୍କୁ ସମ୍ମାନିତ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆମ ପରିମଳକୁ ଓ ପରିବେଶକୁ ପ୍ରାତଃ ସମୟରେ ସ୍ବଚ୍ଛ କରିଆସୁଥିବା ଏହି ସ୍ବଳ୍ପ ବେତନ ନେଉଥ‌ିବା ସ୍ଵଚ୍ଛକର୍ମୀ ମାନଙ୍କୁ କଟକ ମହାନଗର ନିଗମ ପକ୍ଷରୁ ୱଇଣ୍ଡସର ପାଲେସ ରେ ଆୟୋଜିତ ସଭାରେ ସମ୍ମାନିତ କରାଯାଇଥିଲା ।ସେମାନେ ହିଁ ଆମ ପରିବାରର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସକାଳୁ ସକାଳୁ ଆସି ଆମ ଅଳିଆ ଆବର୍ଜନାକୁ ସଫେଇ କରିଥାଆନ୍ତି । ସେମାନଙ୍କ ପାଇଁ ହିଁ ଆମେ ସମସ୍ତେ ସୁସ୍ଥ ରହି ଆସୁଛୁ। ପରିଶେଷରେ ବିଭିନ୍ନ ସ୍କୁଲ୍ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ ସଭାରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ମେୟର ସୁବାଷ ସିଂ, ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ସି ଏମ୍ ସି ର ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *