କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତିକମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି
କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ୪୨ମୌଜା ଦୁର୍ଗାପୂଜା କମିଟି
ଆନୁକୂଲ୍ୟରେ ସ୍ଥାନୀୟ ଯଶୋଦା ଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାନଗର ପୂଜା କମିଟିର ସଭାପତି ପ୍ରଭାତ ତ୍ରିପାଠୀ, ବିଧାୟିକା ଇଂ ସୋଫିଆ ଫିର୍ଦେସ, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ମେୟର ସୁବାସ ସିଂହ, ଆରଖି ଆୟୁକ୍ତ ସଞ୍ଜୀବ ପଣ୍ଡା, ଡିସିପି
ପ୍ରକାଶ ଆର୍ ,ଏଡିସିପି ଅନୀଲ ମିଶ୍ର, କଂଗ୍ରେସ ନେତା
ସୁରେଶ ମହାପାତ୍ର, ୪୨ମୌଜା ଦୁର୍ଗାପୂଜା କମିଟି ସଭାପତି
ଚନ୍ଦ୍ରମଣି ଦେବତା, ସମ୍ପାଦକ ସମୀର ପଣ୍ଡା ପ୍ରମୁଖ ଅତିଥ୍
ଭାବେ ଯୋଗ ଦେଇଥିଲେ। ପାରମ୍ପରିକ ରୀତିନୀତି
ଅନୁସାରେ ଦଶହରା ପାଳନ ହେବ ବୋଲି ବୈଠକରେ
ସ୍ଥିର କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା
ପାଇଁ କଟକ ମହାନଗର ଶାନ୍ତି କମିଟି, ଜିଲା ଓ ପୁଲିସ
ପ୍ରଶାସନ ମଧ୍ୟରେ ବିଭାଗୀୟ ସମନ୍ଵୟ ଭିତିରେ ସମସ୍ତ
କାର୍ଯ୍ୟ ଶେଷ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ସହ ନିଶା ମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣୀ
କରାଯିବା ସହ ଶାନ୍ତିଶୃଙ୍ଖଳା କିଭଳି ରକ୍ଷା କରାଯିବ ସେ
ନେଇ ପୁଲିସ ପକ୍ଷରୁ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା
ହୋଇଥିଲା। ଦଶହରା ପୂର୍ବରୁ ବିଦ୍ୟୁତ ସମସ୍ୟା, ରାସ୍ତାଘାଟ
ମରାମତି, ଗଛକଟା, ପାନୀୟ ଜଳ ପ୍ରଭୃତି ମୌଳିକ
ସମସ୍ୟା ସମାଧାନ ପାଇଁ ମେୟର ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପଟେ ଶାନ୍ତି କମିଟି ତରଫରୁ ଏକ ୨୪ ଦଫା ଦାବି
ସମ୍ବଳିତ ଏକ ଦାବିପତ୍ର ପ୍ରଶାସନକୁ ଦିଆଯାଇଥିଲା ।
ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *