ନିଜର ପୋଷାକ ଆଇରନ୍ କରୁଥିବା ସମୟ ରେ ବିଦ୍ୟୁତ ସଂପର୍ଶ ରେ ଆସି ଜୀବନ ହାରିଲେ ବ୍ଲକ ଯୋଗାଣ ଅଧିକାରୀ

ମାଲକାନ ଗିରି ଜିଲ୍ଲାର ପଡିଆ ବ୍ଲକ ଯୋଗାଣ ଅଧିକାରୀ ଅଫିସ ଯିବା ପାଇଁ ସାର୍ଟ ଓ ପ୍ୟାଣ୍ଟ ଇସ୍ତ୍ରୀ କରୁଥିଲେ। କିନ୍ତୁ ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ। ମୃତକ ଜଣକ ହେଲେ ପଡିଆ ବ୍ଲକ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗ(୩୨) । କାଲିମେଳା ବ୍ଲକ ସରକାରୀ କ୍ବାର୍ଟସରେ ଘଟିଛି ଏହି ଅଭାବନୀୟ ଘଟଣା।କାଲିମେଳା ବ୍ଲକରେ କାର୍ଯ୍ୟରତ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ଗମାଙ୍ଗ ଗତ କିଛି ମାସ ତଳେ ପଡିଆ ବ୍ଲକକୁ ବଦଳି ହୋଇଥିଲା। ସେ କାଲିମେଳାରେ ଥିବା ସରକାରୀ କ୍ଵାର୍ଟରରେ ରହି ପଡିଆ ବ୍ଲକକୁ ଯିବା ଆସିବା କରୁ ଥିଲେ। ଆଜି ସକାଳେ ଅଫିସ ଯିବା ପାଇଁ ନିଜ ପ୍ୟାଣ୍ଟ ସାର୍ଟ ଆଇରନ କରୁଥିବା ବେଳେ ଆଇରନ ଚାର୍ଜ ହୋଇ ଶ୍ରୀ ଗମାଙ୍ଗଙ୍କ ଦେହରେ କରେଣ୍ଟ ଲାଗି ଯାଇଥିଲା। ସେ ଛିଟିକି ତଳେ ପଡି ଯାଇଥିବା ବେଳେ ତାଙ୍କ ପେଟ ଉପରେ ଆଇରନ ପଡ଼ି ଲାଗି ରହିଯାଇ ଥିଲା। ତାଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ପହଞ୍ଚିବା ବେଳକୁ ସବୁ ଶେଷ ହୋଇ ଯାଇଥିଲା। ଏସମ୍ପର୍କରେ କାଲିମେଳା ଥାନାରେ ଖବର ଦେଵା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଘଟଣା ସମ୍ପର୍କରେ ତାଙ୍କ ପରିବାରଙ୍କୁ ସୂଚନା ମଧ୍ୟ ଦେଇଛନ୍ତି | ମୃତ ଯୋଗାଣ ଅଧିକାରୀ କୁମୁଦ ମୟ ଗମାଙ୍ଗ ନିଜ ଘର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲଷ୍ମଣ ଗୁଡା ଗ୍ରାମରେ। ଶ୍ରୀ ଗମାଙ୍ଗଙ୍କ ମୃତ୍ୟୁ ଖବର ପାଇ କାଲିମେଳା, ପଡିଆ ବ୍ଲକ ବିଡ଼ିଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ମୃତ ଶରୀର ବ୍ଯବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ମାଲକାନ ଗିରି ଜିଲ୍ଳା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *