ପ୍ରଯୋଜକ ଟୁଟୁ ନାୟକଙ୍କ ନୂଆ ସିନେମା “ଆଇ ଲଭ୍ ୟୁ -2

ପୂର୍ବରୁ କାଷ୍ଟିଂ କାଉଚ୍ଚ ରେ ଲିପ୍ତ ଓଡ଼ିଆ ସିନେମା ଜଗତର ବିବାଦୀୟ ପ୍ରଯୋଜକ ଟୁଟୁ ନାୟକଙ୍କ ନୂଆ ସିନେମା “ଆଇ ଲଭ୍ ୟୁ -2” ସାରା ଓଡ଼ିଶାରେ ମୁକ୍ତି ଲାଭ କରିବାକୁ ଥିବା ବେଳେ ଏଥି ପାଇଁ ଆଜି ଆବଶ୍ୟକୀୟ ହଲ୍ ମିଳୁନି। ପୂର୍ବରୁ ବ୍ରଜରାଜ ମୁଭିଜ୍ ର ବ୍ୟାନର ରେ “ଆଇ ଲଭ୍ ୟୁ” ପ୍ରଥମ କରି ୨୦୦୪ରେ ରିଲିଜ୍ ହୋଇଥିଲା। ସେହି ସମୟରେ ଏହା ବକ୍ସ ଅଫିସରେ ଧମାଲ ମଚେଇଥିବା ବେଳେ ଆଜି ଏହାର ସେକେଣ୍ଡ ପାର୍ଟ ରିଲିଜ୍ ପାଇଁ ହଲ୍ ମିଳୁନି। ସୂଚନା ଅନୁସାରେ ବ୍ରଜରାଜ ମୁଭିଜ ର ମାଲିକ ବସନ୍ତ ନାୟକ ଙ୍କ ଦେହାନ୍ତ ପରେ ଏହାର ମାଲିକାନା ସ୍ୱତ୍ୱ ତାଙ୍କର ତିନି ପୁତ୍ର ମଣ୍ଟୁ ନାୟକ, ଟୁଟୁ ନାୟକ ଓ ପିଣ୍ଟୁ ନାୟକ ଙ୍କ ଅଧୀନରେ ଥିଲା। କିନ୍ତୁ ଟୁଟୁ ନାୟକ “ଆଇ ଲଭ୍ ୟୁ 2” କୁ ଅନ୍ୟ ଏକ ବ୍ୟାନର ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ରେ ନିର୍ମାଣ କରିଥିଲେ। ତେବେ ଫିଲ୍ମ ର ନାଁ କୁ ନେଇ ବିବାଦ ଉପୂଜିବାରୁ ଅନ୍ୟ ଦୁଇ ଭାଇ ଏହାର ବିରୋଧ କରି କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି। ତେବେ ପାରିବାରିକ କଳହ ଯୋଗୁଁ ଏପରି ଘଟଣା ଘଟିଛି ବୋଲି ଜଣା ପଡିଛି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *