ଗଣେଶ ମହୋତ୍ସବ -୨୦୨୪


ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ, କଟକ-ଭୁବନେଶ୍ଵର ଯୁଗ୍ମନଗରୀ ଗଣେଶପୂଜା କମିଟି ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆଠାରେ ସେପ୍ଟେମ୍ବର ୭ ତାରିଖଠାରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଗଣେଶ ମହୋତ୍ସବକୁ ମହାସମାରୋହରେ ପାଳନ କରାଯିବ ।ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀବୃନ୍ଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ନ୍ୟାୟମୂର୍ତ୍ତୀ ଏବଂ ବିଶିଷ୍ଟ ସମାଜସେବୀ, ଚିକିତ୍ସକ, ବୁଦ୍ଧିଜୀବୀମାନଙ୍କୁ ଅତିଥିଭାବେ ଆମନ୍ତ୍ରଣ କରାଯାଇଅଛି ।ପ୍ରତ୍ୟେକ ଦିନ ପ୍ରତିଷ୍ଠିତ ଗଣେଶ ଅନୁଷ୍ଠାନ, ବରିଷ୍ଠ ନାଗରିକ, ମହୀୟସୀ ମହିଳାଙ୍କ ସମେତ ଯୁବା ଛାତ୍ର ପ୍ରତିଭାମାନଙ୍କୁ “ ଶ୍ରୀ ଗଣେଶ ସମ୍ମାନ’ରେ ସମ୍ମାନିତ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ପ୍ରତ୍ୟେକ ସନ୍ଧ୍ୟା ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ଗଣେଶ ମହୋତ୍ସବର ୩୧ତମ ମହୋତ୍ସବ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମହୋତ୍ସବର ସଫଳ ରୂପାୟନ ନିମନ୍ତେ କଟକ ମାଛୁଆ ବଜାରସ୍ଥିତ ଶଶିକଳା ପ୍ୟାଲେସଠାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଗଣେଶ ମହୋତ୍ସବ ପୂଜା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ନଥମଲ ଚନାନି, ପ୍ରତିଭା ଚୟନ କମିଟିର ଅଧ୍ୟକ୍ଷ ପ୍ରଫେସର ଯୋଗଶଙ୍କର ମହାପ୍ରଶସ୍ତ, ଅତିଥି ଆମନ୍ତ୍ରଣ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବରଦା ପ୍ରସନ୍ନ ଦାସ, କଟକ ମହାନଗର ବିଜେପି ଦଳର ସଭାପତି ତଥା ସ୍ୱେଚ୍ଛାସେବୀ କମିଟିର ଅଧ୍ଯକ୍ଷ ଶ୍ରୀଯୁକ୍ତ ଲଲାଟେନ୍ଦୁ ବଡୁ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବସ୍ତିଆ, ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ସାହୁ ଗଣେଶ ଶୋଭାଯାତ୍ରା କମିଟିର ଆବାହିକା ଶ୍ରୀମତୀ ନମିତା ମଞ୍ଜରୀ ସାହୁ ପ୍ରମୁଖ ଯୋଗଦେଇଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *