ଦୈନଦିନ ଜୀବନରେ ସୁସ୍ଥ ଓ ନିରାମୟ ଜୀବନ ଜୀବିକା ନିର୍ବାହ

ଦୈନଦିନ ଜୀବନରେ ସୁସ୍ଥ ଓ ନିରାମୟ ଜୀବନ ଜୀବିକା ନିର୍ବାହ ପାଇଁ ସୁଷମ ଖାଦ୍ୟ ର ଆବଶ୍ୟକତା ରହିଛି।ଶରୀରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ
ସୁଷମ ଖାଦ୍ୟ କୁହାଯାଏ । ତେବେ କେଉଁ ଖାଦ୍ୟକୁ କେତେ ଅନୁପାତରେ ଖାଇବ ଏବଂ କେତେ ଥରରେ ଖାଇବ ତାହା ମଧ୍ୟ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ । ସୁଷମ ଖାଦ୍ୟରେ ଖାଦ୍ୟର ସମସ୍ତ ପ୍ରକାର ଉପାଦାନ ରହିଥ‌ିବା ଆବଶ୍ୟକ। ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ସୁଷମ ଖାଦ୍ୟ କୁ ନେଇ ଏକ ସମ୍ମିଳନୀ ରୋଟାରୀ କ୍ଲବ ଅଫ କଟକ ଗୋଲ୍ଡେନ ଷ୍ଟାର ଓ ସଦ୍ ଗୁରୁ ହସ୍ପିଟାଲ୍ ର ମିଳିତ ଆନୁକୁଲ୍ୟରେ ଆୟୋଜିତ କରାଯାଇଥିଲା। ଉପସ୍ଥିତ ଅତିଥି ମାନେ ସୁଷମ ଖାଦ୍ୟ କୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜିବନଚର୍ଯ୍ୟା ରେ ସୁଷମ ଖାଦ୍ୟ ର ଆବଶ୍ୟକତାକୁ ଚିତ୍ର ମାଧ୍ୟମରେ ଦର୍ଶାଯାଇଥିଲା।ଏହି ସଚେତନତା ସମ୍ମିଳନୀରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ୟୋଗ୍ନାସିସ ମହାପାତ୍ର, ଡିଷ୍ଟ୍ରିକ୍ଟ୍ ଚେୟାରମେନ ରୋଟରିଆନ, ବିଷ୍ଣୁ ପ୍ରସାଦ ତ୍ରୀପାଠୀ , ସଦଗୁରୁ ହସ୍ପିଟାଲ ର ଅଧକ୍ଷ ଡଃ ପ୍ରଦୀପ ମହାନ୍ତି, ଡଃ ଶଶି ଭୂଷଣ ରାଉତ,ରୋଟାରିଆନ ଡ଼ଃ ସୁଲଗ୍ନା ମହାନ୍ତି, ରୋଟାରୀ କ୍ଲବ ଅଫ ଗୋଲ୍ଡେନ ଷ୍ଟାର ର ସଭାପତି ରୋଟାରିଆନ ବିପିନ ବିହାରୀ ପଣ୍ଡା ହସ୍ପିଟାଲ ର ଛାତ୍ର ଛାତ୍ରୀ ଓ ପ୍ରାୟ ୧୦୦ରୁ ଉର୍ଦ୍ଧ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *