କଟକ ମହାନଗର ଶାନ୍ତି କମିଟି ଦୁର୍ଗାପୂଜା ଓ ଭସାଣୀ ଉତ୍ସବ ପ୍ରସ୍ତୁତି ସଭା

ଚଳିତ ବର୍ଷ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣୀ ଉଦବର ସଫଳତା ପାଇଁ ଶାଢି କମିଟି ପକ୍ଷରୁ ଏହି ପ୍ରସ୍ତୁତି ସଭାର ଆୟୋଜନ କରାଯାଇଥିଲା ।
ଚଳିତ ବର୍ଷ ତା ୦୯ | ୧୦ । ୨୦୨୪ ମହାଷଷ୍ଠୀ ରୁ ଦୁର୍ଗାପୁଜା ଆରମ୍ଭ ହୋଇ ତା ୧୪ । ୧୦ । ୨୦୨୪ ରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ତେଣୁ ତା ୧୪ । ୧୦ । ୨୦୨୪ ରିଖ ସକାଳ ୯ ଘଟିକାଠାରୁ ତା ୧୫ । ୧୦ । ୨୦୨୪ ରିଖ ମଧ୍ୟରେ ମେଢ଼ଗୁଡ଼ିକର ଉସାଣୀ କାର୍ଯ୍ୟକ୍ରମ ସମାପ୍ତ ହେବ । କଟକ ସହରର ପୂଜା ପରମ୍ପରାକୁ ଦୃଷ୍ଟିରେ ରଖ୍ ମହାଷଷ୍ଠୀଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସଂଧ୍ୟା ସାତଟା ଠାରୁ ରାତ୍ର ବାରଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିବା ଏବଂ ଭସାଣୀ ଶୋଭାଯାତ୍ରା ଦିନ ରାତ୍ର ବାରଟା ପର୍ଯ୍ୟନ୍ତ ମାଇକ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିବା ସଂଗେ ସଂଗେ ମାଇକ ଲାଇସେନ୍‌ସ୍‌ର ସରଜୀକରଣ କରିବାକୁ ଅନୁରୋଧ କରୁଛୁ । ରାତ୍ର ୧୨ଟା ପରେ ପାରମ୍ପରିକ ବାଳା ଓ ଘଣ୍ଟଧ୍ୱନି ମଧ୍ୟରେ ଭସାଣୀ ଶୋଭାଯାତ୍ରା ପରିଚାଳନା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିବେଦନ କରାଯାଇଛି। ଏହା ସହିତ ତା ୦୯/୧୦। ୨୦୨୪ ଠାରୁ ତା ୧୫ । ୧୦ । ୨୦୨୪ ରିଖ ପର୍ଯ୍ୟନ୍ତ ୨୪ ଘଣ୍ଡିଆ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଏବଂ ପୂଜାମଣ୍ଡପଗୁଡ଼ିକୁ ରିହାତି ମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଦିଆଯିବା ସହ ପୂଜା ସମୟରେ ଯେପରି ବିଦ୍ୟୁତ୍ କାଟ୍ ନ ହୁଏ, ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ମଙ୍ଗଳାବାଗ, ବକ୍ସିବଜାର, ଗୌରୀଶଙ୍କର ପାର୍କ, ଚାନ୍ଦିନୀଚୌକ ଏବଂ ପୁରୀଘାଟଠାରେ ଭସାଣୀ ଉତ୍ସବ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ପୋଲିସ କଂଟ୍ରୋଲରୁମ୍, ପାନୀୟ ଜଳ ଏବଂ ଗ୍ରାମ୍ୟମାଣ ଶୌଚାଳୟ ସହ ପର୍ଯ୍ୟାପ୍ତ ପରିମାଣରେ ଆଲୋକର ବ୍ୟବସ୍ଥା କରାଯିବା ଆବଶ୍ୟକ । ମେଢ଼ ବିସର୍ଜନ ନିମନ୍ତେ ପୁରୀଘାଟସୁ ଦେବୀଗଡ଼ା ରାସ୍ତାର ପରିଷ୍କାର ପରିଚ୍ଛନ୍ନ ସହ ମରାମତି ଓ ଆଲୋକର ବ୍ୟବସ୍ଥା କରିବା ସଂଗେ ସଂଗେ ଚେସିସଗୁଡ଼ିକୁ ଉପରକୁ ଉଠାଇବା ନିମନ୍ତେ ଟ୍ରାକଟର ବ୍ୟବସ୍ଥା କରିବାକୁ ଅନୁରୋଧ କରୁଛୁ ।କାଠଯୋଡ଼ି ନଦୀ ଜଳକୁ ପ୍ରଦୂଷଣ ମୁକ୍ତ ରଖୁବା ଉଦ୍ଦେଶ୍ୟରେ ଦେବୀଗଡ଼ାଠାରେ ୪/୫ଟି ବଡ଼ ବଡ଼ କୃତ୍ରିମ ଜଳପୂର୍ଣ୍ଣ ପୋଖରୀ ଖୋଳାଯାଇ ମୂର୍ତ୍ତିଗୁଡିକୁ ସେହିଠାରେ ବିସର୍ଜନ କରାଯିବା ସହ ମହାନଗର ନିଗମ ପକ୍ଷରୁ ଯେପରି ତୁରନ୍ତ ସେଗୁଡ଼ିକ ଉଠାଇ ନେଇ ଅନ୍ୟ ସ୍ଥାନରେ ପଳାଯାଏ, ତାର ବ୍ୟବସ୍ଥା କରିବାକୁ ଅନୁରୋଧ । ଏହାକୁ ଦୃଷ୍ଟିରେ ରଖି ଚଳିତ ଦୁର୍ଗାପୂଜା ପୂର୍ବରୁ କଟକ ସହରର ରାସ୍ତା ଘାଟ ଆବଶ୍ୟକ ସ୍ଥଳେ ମରାମତି ବା ପୁନଃ ନିର୍ମାଣ କରାଯିବା ସଂଗେ ସଂଗେ ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରୁ ଅଳିଆ ଆବର୍ଜନା ଉଠାଇବା ସହ ରାସ୍ତାର ଆଲୋକଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ । ଆବଶ୍ୟକ ହେଉଥିବା ସ୍ଥାନରେ ସ୍ଲାବ ପକାଇବା ସହ ମେଢ଼ ଶୋଭାଯାତ୍ରା ଯାତାୟତବେଳେ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛ ଡାଳଗୁଡ଼ିକୁ କାଟିବାର ବ୍ୟବସ୍ଥା ହେବା ସହ ମେଢ଼ ଯାତାୟତବେଳେ ଅସୁବିଧା ସୃଷ୍ଟି କରୁଥିବା ବିଦ୍ୟୁତ, ଟେଲିଫୋନ୍ ଓ କେବୁଲ ତାରଗୁଡ଼ିକର ଅପସାରଣ କରାଯିବା ସଂଗେ ସଂଗେ ପୂଜା ସମୟରେ ବ୍ଲିଚିଂ ପାଉଡ଼ର ପକାଇବା ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯିବାକୁ ନିବେଦନ କରୁଛୁ ।

Leave a Reply

Your email address will not be published. Required fields are marked *