ଶ୍ରୀ ଶ୍ରୀ ଭୋଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ।

      ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ସ୍ଥିତ ରୋହିଆ ଗ୍ରାମ ବାସିଙ୍କ ଦ୍ବାରା ଉକ୍ତ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଭୋଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟମ ବାର୍ଷିକ ଶ୍ରୀମଦ୍ ଭାଗବତ ସପ୍ତାହ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଅଛି। ପ୍ରତ୍ୟହ ସଂଧ୍ୟାରେ ଧାରାବାହିକ ପ୍ରବକ୍ତା ଭାବରେ ବାବା ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ,ଶୁକ ପରୀକ୍ଷିତ ଉବାଚ,ଧୃବ ଓ ପୃଥୁଚରିତ୍ର,ବାମନ ଜନ୍ମ ଚରିତ୍ର, ନନ୍ଦୋତ୍ସବ, ରୁକ୍ମିଣୀ ବିବାହ, ଶ୍ରୀ କୃଷ୍ଣ ଉଦ୍ଧବ ସମ୍ବାଦ ଓ ଶ୍ରୀକୃଷ୍ଣଙ୍କ ସ୍ସଧାମ ଗମନ,ଉପରେ ଆଲୋକ ପାତ କରୁଥିବା ବେଳେ,ଏହାକୁ ସ୍ରବଣ କରିବା ପାଇଁ ଆଖପାଖ ଗ୍ରାମରୁ ହଜାର ହଜାର ଜଗନ୍ନାଥ ପ୍ରେମୀ ଉପସ୍ଥିତ ହୋଉଥିବା ଦେଖାଯାଇଛି।

ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *