ଆଜିବି କଟକ ବାସୀ ବିତାଉଛନ୍ତି ଜଳବନ୍ଦୀ ଜୀବନ

କଟକ ସହରର କୁ ଜଳବନ୍ଦୀ ରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଆଜିବି କଟକ ବାସୀ ବିତାଉଛନ୍ତି ଜଳବନ୍ଦୀ ଜୀବନ। ସେ ବର୍ଷା ପାଣି ଯୋଗୁ ହେଉ କିମ୍ବା ଡ୍ରେନ ଜାମ୍ ପାଇଁ ହେଉ। ତେବେ ଦୀର୍ଘ ଦିନରୁ ଏହି ସମସ୍ୟା ଦେଖା ଦେଉଥିବା ବେଳେ ସି ଏମ୍ ସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ତେବେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ବକ୍ସ ଡ୍ରେନ ଏବେବି ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସି ଏମ୍ ସି ର ୩୨ନଂ ୱାର୍ଡ ରେ ଏହି ମୁକୁଳା ଡ୍ରେନ ଯୋଗୁଁ ସମସ୍ୟା ଭୋଗୁଛନ୍ତି ଅଞ୍ଚଳ ବାସୀ। ନିକଟରେ ୫ଟି ଛୋଟ ପିଲା , ଦୁଇଟି ବଳଦ ମଧ୍ୟ ଏହି ଡ୍ରେନ ରେ ପଡ଼ି ଯାଇଥିଲେ। ତେବେ ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି କି ରାସ୍ତା କଡ଼ରେ ସ୍ଲାବ୍ ପଡ଼ି ରହିଥିଲେ ବି ଏହାକୁ ଡ୍ରେନ ଉପରେ ପକାଯାଉ ନାହିଁ। ତେଣୁ ନିଜ ଅଞ୍ଚଳ ର ସମସ୍ୟାକୁ ସମାଧାନ ନିମନ୍ତେ କିଛି ଯୁବ ବର୍ଗ ଏହି ସମ୍ପର୍କରେ ସି ଏମ୍ ସି କମିଶନର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *