ଆଜି ମାଲକାନ ଗିରି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ।

ବଙ୍ଗୋପ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ର ପ୍ରଭାବ ରେ ଆଜକୁ.ପାଞ୍ଚଦିନ ଦିନ ହେବ ମାଲକାନ ଗିରି ଜିଲ୍ଲାର ହାଲ ପୁରା ବେହାଲ ହୋଇ ପଡିଥିବା ବେଳେ ଆଜି ପାଣିପାଗ ବିଭାଗ ତରଫରୁ ମାଲକାନ ଗିରି ଜିଲ୍ଳା କୁ Red warning ଜାରି କରା କରାଯାଇଛି ଏହାକୁ ଦୃଷ୍ଟି ରେ ରଖି ଆଜି ମାଲକାନ ଗିରି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏବଂ ସମସ୍ତ ସ୍କୁଲ ବନ୍ଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର ସମସ୍ତ ଅଞ୍ଚଳ ବର୍ତ୍ତମାନ କୃତ୍ରିମ ବନ୍ୟା ଘେରରେ ରହିଥିବା ରୁ ଜିଲ୍ଳା ପ୍ରଶାସନ ମଧ୍ଯ ସଜାଗ ରହିଛି ଦମକଳ ବାହିନୀ ଓ ଜିଲ୍ଳା ପୋଲିସ ମଧ୍ଯ ଆଲୋଟ ରହିଛନ୍ତି ମାଲକାନ ଗିରି ଜିଲ୍ଲା ବର୍ତ୍ତମାନ ଏକ ପ୍ରକାର ବାହ୍ଯ ଯୋଗତ ରୁ ବିଛିନ୍ନ ହୋଇ ପଡିଛି।ଜିଲ୍ଲାର ସମସ୍ତ ଅଞ୍ଚଳ ଜଳମଗ୍ନ ଥିବା ଦେଖିବାକୁ ମିଳୁଛି ଅନେକ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ଅନେକ ସ୍ଥାନ କୁ ଯାତାୟତ ବନ୍ଦ ରହିଛି। ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ର ସୂଚନା ଅନୁଯାଇ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର କୁ ବନ୍ଦ ରଖିବା ପାଇଁ ଜିଲ୍ଳା ପାଳ ନିର୍ଦ୍ଦେଶ କରିଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *