ଠାକୁରଗଡ଼ ଗଣେଶ ବଜାର କମିଟି ର ଅଜ୍ଞା ଲଡୁ ନିଲାମ।

  

ଅନୁଗୋଳ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ଗଣେଶ ବଜାର ପୂଜା କମିଟି ପକ୍ଷରୁ ଗୁରୁବାର ଅଜ୍ଞା ଲଡୁ ନିଲାମ ପ୍ରକ୍ରିୟା ହୋଇଯାଇଅଛି। ଏଥିରେ ସ୍ଥାନୀୟ ଶ୍ରଦ୍ଧାଳୁ, ଭକ୍ତମାନେ ଏକାଠି ହୋଇଥିଲେ। ଗଣନାଥ ଙ୍କ ପରମ ଭକ୍ତ ଭାବରେ ପରିଚିତ, ପୂଜା କମିଟି ର ବର୍ଷୀୟାନ ସଦସ୍ୟ ଭୁଆସୁଣୀ ନାଳି ଗ୍ରାମର କିଶୋର ଚନ୍ଦ୍ର ସାହୁ ୩୩,୫୩୩ ଟଙ୍କାରେ ଅଜ୍ଞା ଲଡୁ ନିଲାମ ରେ ବିଜୟୀ ହୋଇ ଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ପୂର୍ବତନ ବନାଞ୍ଚଳ ଅଧିକାରୀ ରାହାସ ଚନ୍ଦ୍ର ସାହୁ, ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦ, ଠାକୁରଗଡ଼ ଗ୍ରାମ କମିଟି ସଭାପତି ଯୋଗେଶ୍ୱର ସାହୁ, ଗଣେଶ ବଜାର ପୂଜା କମିଟି ସଭାପତି ପିଣ୍ଟୁ ପ୍ରଧାନ ପ୍ରମୁଖ କିଶୋର ଚନ୍ଦ୍ର ସାହୁ ଙ୍କୁ ଏକ ସୁନାର ଲକେଟ୍ ଓ ଅଜ୍ଞାଳଦୁ ପ୍ରଦାନ କରି ଥିଲେ। ଏଥିରେ ଭାଗ ନେଇ ଥିବା ଜରପଡା ଗ୍ରାମର ସିଦ୍ଧାନ୍ତ ସାହୁ ୩୩ ହଜାର ଟଙ୍କା ପର୍ଯ୍ୟନ୍ତ ନିଲାମ ଡାକି ହାରି ଯାଇ ଥିଲେ।

  ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *