ଧରା ପଡିଲା ଏଟିଏମ୍ ଲୁଟେରା।

ଏଟିଏମରୁ ଟଙ୍କା ଉଠେଇ ଦେବା କହି ଭିନ୍ନ ଭିନ୍ନ ସମୟରେ ବୟସ୍କ ବ୍ୟକ୍ତିଙ୍କୁ ଠକୁଥିବା ଜଣେ ଏଟିଏମ୍ ଲୁଟେରା କୁ ବାନ୍ଧିଛି ପୁରୀଘାଟ ଥାନା ପୋଲିସ । କଟକ ସହରର ବିଭିନ୍ନ ସ୍ଥାନରେ ଠକୁଥିଲା ଏହି ଠକ। ତା ନିକଟରୁ ପାଖାପାଖି ୯୮ ଟି ଏଟିଏମ କାର୍ଡ ସହ ନଗଦ ୨୦,୦୦୦ ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଛି ପୋଲିସ । ବିଶେଷ କରି ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲା ଏହି ଠକ । ବୟସ୍କ ବ୍ୟକ୍ତିଙ୍କୁ ଅଚଳ ଏଟିଏମ କାର୍ଡ ଦେଇ ଚତୁରତାର ସହ ସଚଳ ଏଟିଏମ କାର୍ଡ ଲୁଟି ନେଉଥିଲା ଠକ । ତା ନାଁରେ କଟକ ସହରର ବିଭିନ୍ନ ଥାନାରେ ୫ ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ବେଳେ ପଲାସା ରେ ୧ ଟି ମାମଲା ରହିଛି। ଅଭିଯୁକ୍ତର ନାମ ଜି. ରାଜା ରାଓ ଓ ଘର ଆନ୍ଧ୍ର ପ୍ରଦେଶର ପଲାସା ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ।

Leave a Reply

Your email address will not be published. Required fields are marked *