କୁଡୁମୁଲୁଗୁମ୍ମା ଲ୍ୟାମ୍ପସ୍ ଆନୁକୁଲ୍ୟରେ ସଫେଇ ଅଭିଯାନ

ମାଲକାନ ଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ର ବୃହଦାକାର ବହୁମୁଖି ସମବାୟ ସମିତି ଆନୁକୂଲ୍ୟରେ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସ୍ୱଚ୍ଛ ଭାରତ ଅଭିଯାନ ରେ ଲ୍ୟାମ୍ପସ୍ ସଭାପତି ଗୋପୀ ପାଙ୍ଗି ଓ ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ଟିମ୍ , ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ଯାତ୍ରୀ ବିଶ୍ରାମାଗାର, ମୁଖ୍ୟ ବଜାର ରାସ୍ତା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖ, ଦୂର୍ଗା ମଣ୍ଡପ, ନୋଡାଲ ସ୍କୁଲ୍ ସମ୍ମୁଖରେ ଥିବା ବିଶ୍ରାମାଗାର ଓ ଲ୍ୟାମ୍ପସ୍ ର ନିଜସ୍ଵ କାର୍ଯ୍ୟାଳୟ ପରିସରକୁ ସଫେଇ କରିଥିଲେ । ଉକ୍ତ ପରିସରର ସଫେଇ ର ଅଳିଆ ଆବର୍ଜ୍ଜନା କୁ ଏକତ୍ର କରି ନିକଟସ୍ଥ ଅଳିଆ କୁଣ୍ଡ ରେ ପକାଯାଇଥିଲା ଓ ତତ୍ ସହିତ ସ୍ୱଚ୍ଛ ଭାରତ ଅଭିଯାନ ର ବ୍ୟାନର ବ୍ୟବହାର କରିବା ସହ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ , ସ୍ୱଛତା ର ବାର୍ତ୍ତା ବହନ କରିଥିବା ବିଭିନ୍ନ ସ୍ଲୋଗାନମାନ ଦିଆଯାଇଛି । ଆଜିର ଏହି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ଜନ ସାଧାରଣ ପ୍ରସ°ଶା କରିଥିଲେ । ଲ୍ୟାମ୍ପସ୍ ପରିଚାଳନା ପରିଷଦ ର ସଭ୍ୟ ଭଗବାନ ସାହୁ, ସାଧୁ ହନ୍ତାଳ, ହେମନ୍ତ କୁମାର ଦାସ, ରାମଚନ୍ଦ୍ର ମାଢୀ, ଲ୍ୟାମ୍ପସ୍ କର୍ମଚାରୀ ସୁନୀଲ ପଟ୍ଟନାୟକ, ଅନୀଲ କୁମାର ସ୍ୱାଇଁ, ରାଜେନ୍ଦ୍ର ଦଳପତି, ବଳରାମ ଦଳପତି, ଦିନବନ୍ଧୁ ମହାନ୍ତି , ନରହରି ସ୍ବାଇଁ, ଆଶିର୍ବାଦ ସାହୁ, ଅଭିଶେଖ ବିଶୋଇ ପ୍ରମୁଖ ଯୋଗ ଦେଇ ଅଭିଯାନକୁ ସଫଳତାର ସହ ତ୍ବରାନ୍ବିତ କରିଥିଲେ ।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *