ବିଶ୍ଵ ରେ ଶାନ୍ତି ମୈତ୍ରୀ ଓ ଭାଇଚାରା ର ବାର୍ତ୍ତା ପ୍ରଦାନ

ବିଶ୍ଵ ରେ ଶାନ୍ତି ମୈତ୍ରୀ ଓ ଭାଇଚାରା ର ବାର୍ତ୍ତା ପ୍ରଦାନ କରିଥିବା ମହାପୁରୁଷ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ରେ ଐତିହ ସଂସ୍କୃତିର ସହର କଟକ ରେ ବିଭିନ୍ନ ସାହି ବସ୍ତିରୁ ଆସିଥିବା ବ୍ୟକ୍ତି ମାନଙ୍କ ର ଏକ ଜୁଲୁସ ପ୍ରତିବର୍ଷ ପରି ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ପରିକ୍ରମା କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ବିଭିନ୍ନ ଧାର୍ମିକ ପତାକା ଭିତରେ ବିଦେଶୀ ଦେଶ “ପାଲେଷ୍ଟାଇନ”ର ପତାକା ଉଡ଼ାଇଥିଲେ। ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତଥା କଟକ ଭଳି ଭାଇଚାରା ର ସହର ରେ ଏହିଭଳି ପ୍ରଦର୍ଶନ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ।ଦୀର୍ଘ 25 ବର୍ଷ ହେବ ଏହି ମହାପୁରୁଷ ମହମ୍ମଦ ଙ୍କ ଜୟନ୍ତୀ ଅତ୍ୟନ୍ତ ସୁରୁଖୁରରେ ଚାଲୁଥିବା ବେଳେ ପ୍ରଥମ ଥର ଏକ ବିଜୁ ଜନତା ଦଳ ଜୁଲୁସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ କରିଥିଲା । ତେଣୁ ଏ ବିଶୃଙ୍ଖଳା ପାଇଁ ବିଜୁ ଜନତା ଦଳର ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରାଯାଉଛି । ତେବେ ଗୋଟେ ପଟେ ଏହାର ଉପଯୁକ୍ତ ତଦନ୍ତ କଲେ ପ୍ରକୃତ ସତ୍ୟତା ଲୋକ ଲୋଚନ କୁ ଆସିବ ବୋଲି ଓଡ଼ିଶାର ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲି ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟ ପଟେ କଟକ ଲୋକସଭା ସାଂସଦ ଡଃ ଭତୃହରି ମହତାବ କହିଛନ୍ତି କି ପାଲେଷ୍ଟାଇନ ଭାରତର ମିତ୍ର ଦେଶ ଅଟେ। ବିଭିନ୍ନ ସମୟରେ ଭାରତ ତାକୁ ଔଷଧ , ରାସନ ଇତ୍ୟାଦି ସାହାଯ୍ୟ କରି ଆସିଛି । ଆଜି ଯେଉଁ ଭଳି କଠିନ ପରିସ୍ଥିତିରେ ପାଲେଷ୍ଟାଇନ ଗତି କରୁଛି ଭାରତ ସବୁବେଳେ ତାହାର ସପକ୍ଷରେ ଛିଡ଼ା ହେଇଛି। ତେବେ ପାଲେଷ୍ଟାଇନ ର ପତକା ଏଠାରେ ଉଡ଼ିଲେ କୌଣସି ଅସୁବିଧା ନାହିଁ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *