ଗୋମାତା ଙ୍କୁ ରାଷ୍ଟ୍ରମାତାର ମାନ୍ୟତା ଦାବି।

କାହିଁ କେଉଁ ଯୁଗରୁ ଗୋମାତାଙ୍କର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ବର୍ତ୍ତମାନ ଯୁଗରେ ଗୋମାତାଙ୍କ ସହ ଗୋସମ୍ପଦ ମଧ୍ୟ ଲୋପ ପାଉଛି। ଗୋଟିଏ ଶିଶୁ ଜନ୍ମ ନେବା ପରେ ଗାଈ କ୍ଷୀରକୁ ବାଦ ଦେଲେ ମା କ୍ଷୀରର ଅନ୍ୟ କୌଣସି ବିକଳ୍ପ ନାହିଁ। ଏଣୁ ଗାଈକୁ ମାତା ବୋଲି ସମ୍ବୋଧନ କରାଯାଏ। ପୂର୍ବ ଭଳି ଆଉ ଗାଈ କ୍ଷୀର ମିଳୁନାହିଁ। ଧୀରେ ଧୀରେ ଗୋମାତାଙ୍କ ସଂଖ୍ୟାରେ ହ୍ରାସ ଘଟୁଛି। ଏହା ଏକ ଷଡଯନ୍ତ୍ର ଏବଂ ହିନ୍ଦୁତ୍ୱ ପାଇଁ ବିପଦ। ଗୋ ସୁରକ୍ଷାକୁ ନେଇ ଯାହା ଆଇନ ରହିଛି ତାକୁ ଅବମାନନା କରାଯାଉଛି। ଗୋମତାଙ୍କ ପ୍ରତି ହେୟ ଜ୍ଞାନ ପାଇଁ ଧୀରେ ଧୀରେ ମାନବସମାଜ ଧ୍ବଂସାଭିମୁଖୀ ହେଉଛି। ୨୦୧୧ ମସିହା ଠାରୁ ବିଭିନ୍ନ ଘାତ ପ୍ରତିଘାତ ଦେଇ ଗୋ ସୁରକ୍ଷା ପାଇଁ ଲଢେଇ ଜାରି ରହିଛି ଏବଂ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛୁ। ପ୍ରଥମେ ମୁଁ ଜଗନ୍ନାଥଙ୍କ ମାଟିର ଜଣେ ସନାତନୀ, ହିନ୍ଦୁ ଓ ବ୍ରାହ୍ମଣ। ଏଣୁ ଗୋମାତା ସୁରକ୍ଷା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ଗୋ ସୁରକ୍ଷାରେ ବିଶ୍ୱ ସୁରକ୍ଷିତ ବୋଲି କହିଛନ୍ତି ଆଇନଜୀବି ସୁରେଶ ପଣ୍ଡା।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *