ଇ-କେଓ୍ବାଇସି ପାଇଁ ଡିଲର ଟଙ୍କା ମାଗୁଥିବା ଅଭିଯୋଗ।


ରାଜ୍ୟସରକାର ସାଧାରଣ ଗରିବ ଲୋକ ମାନଙ୍କ ପାଇଁ ଖାଉଟି ସୁରକ୍ଷା ଯୋଜନାରେ ମାଗଣା ରାସନ ସାମଗ୍ରୀ ଯୋଗାଇଦେଇ ଆସୁଛନ୍ତି।ତେବେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପ୍ରତ୍ୟେକ ହିତାଧିକାରୀ ପରିବାରଗୁଡିକ ଆଙ୍ଗୁଳିଛାପ ଦେଇ ଇ-କେଓ୍ବାଇସି କରାଇବାକୁ ସରକାର ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି। ଯାହା ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ ଦାୟିତ୍ଵରେ ରହିଥିବା ଡିଲର ମାନଙ୍କୁ ଯୋଗାଇ ଦିଆଯାଇଥିବା ପିଓଏସ ମେସିନ ମାଧ୍ୟମରେ ସେମାନଙ୍କ ଖାତାରେ ରହିଥିବା ସମସ୍ତ ହିତାଧିକାରୀ ମାନଙ୍କ ଘରକୁଯାଇ ମାଗଣାରେ ସେମାନଙ୍କ ଆଙ୍ଗୁଳି ଛାପ ଆଣୀ ଇ-କେଓ୍ବାଇସି କରାଇବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ,ଜଣେ ଡିଲର ଇ-କେଓ୍ବାଇସି କରାଇବାକୁ ହିତାଧିକାରୀଙ୍କ ଠାରୁ 500 ଟଙ୍କା ଆଣୁଥିବା ଦେଖାଯାଇଛି।ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତରେ,ଏହି ପଞ୍ଚାୟତ ରେ ନିଯୁକ୍ତି ପାଇଥିବା ଡିଲର ଚିତ୍ତରଞ୍ଜନ ପାଢି ଉକ୍ତ ପଞ୍ଚାୟତର ଭାତପଡା ଗ୍ରାମର ଦୀପ୍ତି ସାମଲଙ୍କ ଠାରୁ ଇ-କେଓ୍ବାଇସି କରାଇବା ପାଇଁ 500ଟଙ୍କା ଆଣୀ ମଧ୍ୟ ଦୀପ୍ତି ସାମଲଙ୍କ ଇ-କେଓ୍ବାଇସି କରୁନଥିବା ଦୀପ୍ତି ସାମଲ ଅଭିଯୋଗ କରିଛନ୍ତିି।ଏ ସମ୍ପର୍କରେ ନାଉଗାଁ ବ୍ଳକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ଯଦି ଡିଲର ଉକ୍ତ କାର୍ଯ୍ୟରେ ସଂପୃକ୍ତ ଥିବାର ପ୍ରମାଣ ମିଳେ ତାହାଲେ ଡିଲର ବିରୁଦ୍ଧରେ ବିହିତ କାର୍ଯ୍ୟନୁଷ୍ଠାନ କରାଯିବ ବୋଲିି କହିଥିଲେ ।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *