ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟିକସ ଓ ଜୋରିମାନା ପୈଠ ରିହାତି ଶିବିର ଅନୁଷ୍ଠିତ।

ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟିକସ ଓ ଜୋରିମାନା ପୈଠ ରିହାତି ଶିବିର ନାଉଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି ଙ୍କ ସମେତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ରହି ଖରାପ ହୋଇ ପଡିରହିଥିବା ଗାଡ଼ି କି କବାଡ଼ିଆ ମାନଙ୍କୁ ବିକ୍ରି ହୋଇଥିବା ଗାଡ଼ିର ବକେୟା ଥିବା ଟିକସ କି ଜୋରିମାନା କୁ ରିହାତି ମୂଲ୍ୟରେ ଆଦାୟ କରିବା ଏବଂ ଗାଡ଼ି ମାନଙ୍କର ଥିବା ବିଭିନ୍ନ ସମସ୍ୟା କୁ ସୁଚାରୁରୂପେ ସମାଧାନ କରିବା ପାଇଁ ଏହି ଶିବିର ଖୋଲାଯାଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି।

ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *