କଟକ ସଦର ବ୍ଲକରେ ପଞ୍ଚାୟତ ସମିତି ସମୀକ୍ଷା ବୈଠକ ।

କଟକ ସଦର ବ୍ଲକ ରେ ପଞ୍ଚାୟତ ସମିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସଭ୍ୟା ସଭ୍ୟ ମାନଙ୍କୁ ସୂଚନା ଦେଇଥିଲେ | ବ୍ଲକ କୃଷି ଅଧିକାରୀ ଜାଫନା ରାୟ କଟକ ସଦର ବ୍ଲକ ଡିଜିଟାଲ ସର୍ଭେରେ ପଛୁଆ ଥିବାରୁ ସରପଞ୍ଚ, ସମିତି ସଭ୍ୟ ମାନଙ୍କର ସହଯୋଗ କାମନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ମାନେ ଜାଣିଶୁଣି ବୈଠକକୁ ଆସୁ ନ ଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରିବାକୁ ପରମହଂସ ପଞ୍ଚାୟତର ସରପଞ୍ଚ ତ୍ରିଲୋଚନ ପାତ୍ର ପ୍ରସ୍ତାବ ରଖିଥିଲେ । ପ୍ରାରମ୍ଭରେ ବିକଶିତ ଓଡ଼ିଶା ଯୋଜନାରେ ଥିବା ପ୍ରକଳ୍ପ ବଦଳାଇବା ପାଇଁ ଚାହୁଁଥିବା ସଭ୍ୟସଭ୍ୟା ମାନେ ପ୍ରସ୍ତାବ ଦେଲେ ତାକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପାଖକୁ ପଠାଇ ଦିଆଯିବ ବୋଲି ବିଡିଓ ରୁମାନା ଜାଫ୍ରି ସୂଚନା ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁ ନ ଥିବା କୃଷକ ସାଥୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ କହିଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧକ୍ଷା ଅମ୍ବିକା ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ପ୍ରଦୀପ୍ତ ମହାଳି, ଜିଲ୍ଲା ପରିଷଦ ଉପାଧକ୍ଷ ସୁଭଦ୍ରା ଦାସ ଉରାଳି ପଞ୍ଚାୟତ ର ସରପଞ୍ଚ ଅଭିଷେକ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *