ଓଡିଶା ନର୍ସିଂ କର୍ମଚାରୀ ସଙ୍ଘ ଆନ୍ଦୋଳନ ଜାରି

କଟକର ଚାଉଳିଆଗଞ୍ଜସ୍ଥିତ ସରକାରୀ ଚିକିତ୍ସା କେନ୍ଦ୍ରଠାରେ ଓଡିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ମାତ୍ର ସରକାରଙ୍କ ନିଦ ଭାଙ୍ଗୁନି ବୋଲି ଆଲୋଚନାରେ ଉପସ୍ଥିତ ଥିବା ନର୍ସମାନେ ସୂଚନା ଦେଇଛନ୍ତି।ସେମାନଙ୍କ ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ ୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ | ନର୍ସିଂ ଅଫିସର ମାନଙ୍କର ଏକ ସମୟରେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଧୀନରେ କାର୍ଯ୍ୟରତ ଥିବା ନସିଂ ଅଫିସର ମାନଙ୍କୁ ଓଡିଶା ନସିଂ ସର୍ଭିସ କ୍ୟାଡର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ |ନର୍ସିଂ ଅଫିସର ମାନଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତ୍ତନ କରାଯାଉ |ଯେହେତୁ ନର୍ସିଂ ଅଫିସର ମାନେ ଜରୁରୀକାଳୀନ ସେବାରେ ନିୟୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟି ଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି | ଦରମା ପ୍ରଦାନ କରାଯାଉ ଏବଂ ଏହି ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶନାମା ଜାରି କରାଯାଉ |

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *