ଦାନା ବାନ୍ଧିଲାଣି ଓଡିଏମ୍ଏମ୍

ହକ୍ ପାଇଁ ଖୁବଶୀଘ୍ର କରିବ ଶକ୍ତି ପ୍ରଦର୍ଶନ।

ଦାନା ବାନ୍ଧୁଛି ଓଡିଶା ଡିଜିଟାଲ ମିଡିଆ ମହାସଙ୍ଘ.. ନିଜର ହକ୍ ପାଇଁ ଖୁବଶୀଘ୍ର କରିବ ଶକ୍ତି ପ୍ରଦର୍ଶନ.. ମାସକ ଭିତରେ କଟକ ଜିଲ୍ଲାର ସମସ୍ତ ବ୍ଲକରେ ବୈଠକ ଓ ଏକତ୍ରିତ ହେଲେଣି ୧୦୭ମାଲିକ ବ୍ୟତୀତ ତାଙ୍କ ପ୍ରତିନିଧି .. ଖୁବଶୀଘ୍ର ଲୋୟର ପିଏମଜି ଦେଖିବ ଶକ୍ତି କେତେ.. ଗଣମାଧ୍ୟମ ଦେଶର ଚତୁର୍ଥ ସ୍ତମ୍ବ ହୋଇଥିବା ବେଳେ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତ୍ୟେକ ସାମ୍ବାଦିକଙ୍କ ହକ୍.. ହେଲେ ଦୀର୍ଘଦିନ ଧରି ଏଥିରେ ପ୍ରଦର୍ଶନ ହେଉଛି ଘୋର ଅବହେଳା ଓ ପାତରଅନ୍ତର ନୀତି.. ଫ୍ରଣ୍ଟ ଲାଇନ ମିଡ଼ିଆକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରା ଯାଉଥିବା ବେଳେ ଡିଜିଟାଲ ମିଡିଆ ସଦାସର୍ବଦା ଅବହେଳିତ ହୋଇ ଆସୁଛି। ସରକାରଙ୍କର ଏଭଳି ରୁଗ୍ଣ ମାନସିକତା ପାଇଁ ଡିଜିଟାଲ ମିଡିଆ ପ୍ରତିନିଧି ଫିଲଡ଼ରେ ମଧ୍ୟ କାମ କରିବା ବେଳେ ହେଉଛନ୍ତି ଆକ୍ରୋସର ଶିକାର.. ଅନେକ କ୍ଷେତ୍ରରେ ମେନସ୍ତ୍ରୀମ ମିଡିଆ ତୁଳନାରେ ଡିଜିଟାଲ ମିଡିଆ ଖବର ପରିବେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଣୁ ସରକାରଙ୍କର ଏଭଳି ବୈମାତୃକ ମନୋଭାବ ତଥା ନିଜର ହକ୍ ପାଇଁ ବର୍ତ୍ତମାନ ଏକଜୁଟ ହେଲେଣି ଡିଜିଟାଲ ମିଡିଆ ପ୍ରତିନିଧି। ଯଦି ଆମକୁ ଆମ ହକ୍ ନ ମିଳେ ତେବେ ଆବଶ୍ୟକ ପଡ଼ିଲେ ଛଡାଇ ନେବା ମଧ୍ୟ ଜାଣିଛୁ ବୋଲି ସଂଘ ବୈଠକରେ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *