ଦଶହରା ପ୍ରସ୍ତୁତି ବୈଠକ ଓ ସମ୍ବାଦିକ ସମ୍ମିଳନୀ-୨୦ ୨୪

ଶାରଦୀୟ ଦଶହରା ପୂଜା ଓ ଭସାଣି ଯାତ୍ରା ନିମନ୍ତେ ଡାହାଳିଆବାଗ ହରପାର୍ବତୀ ପୂଜା କମିଟିର ସମସ୍ତ ଉପଦେଷ୍ଠା ମଣ୍ଡଳୀ ଓ ବରିଷ୍ଠ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ରବିବାର ଦିନ ସ୍ଥାନୀୟ ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ବଦ୍ରିନାରାୟଣ ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କଟକ ମହାନଗର ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ରନାଥ ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବତନ କର୍ପୋରେଟର ତଥା ଡାହଲିଆବାଗ ହର ପାର୍ବତୀ ପୂଜା କମିଟିର ସମ୍ପାଦକ କୌଶିକ ଜେନା, ନଳିନୀକାନ୍ତ ସେନାପତି, ଉପଦେଷ୍ଟା ସୁଶାନ୍ତ କୁମାର ମହାନ୍ତି,ଉପସଭାପତି ସଚ୍ଚିକାନ୍ତ ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଦଶହରା ପର୍ବକୁ ଶାନ୍ତି ଶୃଙ୍ଖଳା ର ସହିତ ଶେଷ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *