ଶିକ୍ଷାର ବିକାଶ ହେବ କେମିତି ଦୁଇ କୋଠରୀରେ ପ୍ରଥମ ରୁ ଅଷ୍ଟମ ଯାଏଁ ଛାତ୍ରଛାତ୍ରୀ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ପାଇକ ପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆବଶ୍ୟକ ମୁତାବକ କୋଠାରୀ ନ ଥିବାରୁ ଦୁଇଟି କୋଠରୀ ମୋଟ 63 ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷା ଦାନ ରେ ଅସୁବିଧା ହେଉଛି ଓ କୋଠାରୀ ଭିତରେ ପିଲାଙ୍କ ଚାଉଳ,ଡାଲି, ଅଣ୍ଡା, କାଠ , ପିଲାଙ୍କ ଖେଳ ସାମଗ୍ରୀ ଶିକ୍ଷକ ଙ୍କ ଅଫିସ, ସେଇ ଦୁଇଟି କୋଠରୀରେ ପିଲାଙ୍କ ବହୁତ ଅସୁବିଧା ହେଉ ଥିବାରୁ ପିଲାମାନେ ନିଜେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ପ୍ରଥମ ରୁ ଅଷ୍ଟମ ଯାଏଁ କେବଳ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି ଗୋଟାଏ କୋଠରୀରେ ପ୍ରଥମ ରୁ ପଞ୍ଚମ ଛାତ୍ର ଛାତ୍ରୀ ଏକାଠି ବସି ପାଠ ପଠୁ ଥିବା ବେଳେ ଆଉ ଗୋଟାଏ କୋଠରୀରେ ଷଷ୍ଠ ରୁ ଅଷ୍ଟମ ଯାଏଁ ପିଲା ଏକାଠି ବସି ପାଠ ପଡୁ ଛନ୍ତି । ଏଥିରୁ ସ୍ପଷ୍ଟ ପାଦିତ ହେଉଛି ବର୍ତମାନ ଶ୍ରେଣୀ ଗୃହ 8 ଟି ଶିକ୍ଷକ ଆଉ 6 ଟି ପାଇଁ ପିଲା ମାନେ ଅଭିଯୋଗ କରିଛନ୍ତି |ବାରମ୍ବାର ପ୍ରଶାସନ ଓ ରାଜନେତା ମାନଙ୍କୁ ଜଣାଉ ଥିଲେ ସୁଦ୍ଧା ଏଥି ପ୍ରତି କାହାରି ନଜର ପଡୁଥିବା ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି | ବର୍ତମାନ ପର୍ଯ୍ୟନ୍ତ ଏଠାକାର ଉନ୍ନତି କରଣ ନ ହେବା ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି | ବୋଲି ଅଭିଯୋଗ ସାମ୍ନା କୁ ଆସିଛି | ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ଶ୍ରେଣୀ ଗୃହ ଶିକ୍ଷକ ଯୋଗାଇ ନଦେଲେ ଆଗାମୀ ଦିନରେ ସ୍କୁଲ କୁ ବନ୍ଧ କରି ଆନ୍ଦୋଳନ କୁ ଉଲାଏ ବାକୁ ସ୍କୁଲ କମିଟି ସଭାପତି ଧବଳେଶ୍ଵର ଭାଏସଲ, ନୀଳମଣି ବେହେରା , ଟିକେଶ୍ୱର୍ ବେହେରା, ସମରଥ ଭାଏସଲ୍ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ନେଇ ଧର୍ମଗଡ ଶିକ୍ଷା ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ ହିଁ ସମ୍ଭବ ହୋଇନଥିଲା ।

କଳାହାଣ୍ଡି ଜିଲ୍ଲା ରୁ ପ୍ରଦିପ ସେଠିଆ ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *