ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ର ପୂର୍ବାଞ୍ଚଳ ସଭାପତି ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ତିହୁଡା ଗୁରୁକୃପ କୁଟୀର ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ଆଜି ପୂର୍ବାଞ୍ଚଳ ଜଗତସିଂହପୁର ଜିଲ୍ଲା ର ନାଉଗାଁ ବ୍ଳକ ର ତିହୁଡା ଗୁରୁକୃପା କୁଟୀର ପରିସରରେ ରାଷ୍ଟ୍ରୀୟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ପୂର୍ବାଞ୍ଚଳ ସଭାପତି ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କ ତତ୍ୱlବାଧନ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଗାମୀ ମାସ 4 ତାରିଖ ରେ ହେବାକୁ ଥିବା ଜଗତସିଂହପୁର ଜିଲ୍ଲା ର ସମସ୍ତ ଜଗନ୍ନାଥ ମନ୍ଦିର ର ନିତିକାନ୍ତି ଉପରେ ମନ୍ଦିର ର ପୂଜକ ଓ ଟ୍ରଷ୍ଟି ମାନଙ୍କୁ ଶ୍ରୀ ଜଗନ୍ନାଥ ଚେତନା ର ଗବେଷକ ଓ ପୁରୀ ଜଗନ୍ନାଥ ମନ୍ଦିର ର ଅଭିଜ୍ଞ ସେବାୟତ ମାନଙ୍କ ଦ୍ୱାରା ଏକ ପ୍ରଶିକ୍ଷଣ ଦିଆ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପରିପେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *