ମହିଳା ରୋଷେୟା ଙ୍କୁ ଧମକ ଏବଂ ମିଛ ତଦନ୍ତ ରିପୋର୍ଟ ଦେଇ ଖବର ପ୍ରକାଶ

ମାଲକାନ ଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାବ୍ଲକ ପଣସପୁଟ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ଥିବା ଆଦିବାସି ଉନ୍ନୟନ ବିଭାଗ ର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ମନମୁଖୀ କାର୍ଯ୍ଯ ଏବଂ ସ୍କୁଲ ରେ ଚାଲିଥିବା ଦୁର୍ନୀତି ଏବଂ ଜଣେ ମହିଳା ରୋଷେୟା ଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଗତ 19/09/2024 ତାରିଖରେ ସେହି ସ୍କୁଲ ର ମହିଳା ରୋଷେୟା ଜିଲ୍ଲାପାଳ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ଉକ୍ତ ଅଭିଯୋଗ କୁ ନଜର ରେ ରଖି ଜିଲାପାଳ ମାଲକାନ ଗିରି ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଏକ ଦୁଇଜଣିଆ ଟିମ୍ କୁ ତଦନ୍ତ ପାଇଁ ପଠାଇଥିଲେ ।ଅଭିଯୋଗ ଆଧାର ରେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲ ରେ ସମସ୍ତ ବିଷୟର ତଦନ୍ତ କରି ଅଭିଯୋଗ ର ସତ୍ଯାସତ୍ଯ ଜାଣି ସମସ୍ତ ଙ୍କ ଉପସ୍ଥିତ ରେ ବୁଝାସୁଝା କରି ଫେରିଯିବା ପରେ ସେହି ଦିନ ରାତିରେ ପ୍ରଧାନ ଶିକ୍ଷକ ଚାରିଜଣ ରୋଷେୟା କୁ ଚାକିରି ରୁ ବାହାର କରି ଦେବାର ଧମକ ଦେଇ ଥିଲେ ଏବଂ ପ୍ରତି ମାସରେ ମୁଁ ଚିତ୍ରକୋଣ୍ଡାବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଙ୍କୁ ଟଙ୍କା ଦେଉଛି ସେ ମୋର ପକେଟ ରେ ବୋଲି ପ୍ରକାଶ କରିଥିଲେ ଯାହାଫଳରେ ଉକ୍ତ ଚାରିଜଣ ରୋଷେୟା ପୁନର୍ବାର 26/09/2024 ତାରିଖ ଦିନ ଜିଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।କିନ୍ତୁ ତାର ଠିକ୍ ଦିନକ ପରେ ଚିତ୍ରକୋଣ୍ଡାବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଙ୍କ ଅଜବ କାଣ୍ଡ ପୋଲିସ ଧରି ସ୍କୁଲ କୁ ଯିବା ଏବଂ ସ୍କୁଲ ଗେଟ ରେ ତାଲା ପକାଇ ଗେଟ ରେ ପୋଲିସ ଯୋଗାଇ ଭିତରେ କଣ ତଦନ୍ତ କଲେ ପ୍ରଧାନ ଶିକ୍ଷକ ଙ୍କ ସହିତ ତାଙ୍କର ଏ ମଧୁଚନ୍ଦ୍ରିକା କଣ ପାଇଁ ସେ ଯଦି ପ୍ରଧାନ ଶିକ୍ଷକ ଙ୍କ ଠାରୁ ହାତ ଗୁଞ୍ଜା ନେଉ ନାହାନ୍ତି ହେଲେ ଏତେ ଭୟ କାହିଁକି ସେ ଜିଲ୍ଲା ରୁ ଦୁଇଜଣିଆ ଟିମ୍ ଯେତେବେଳେ ବିନା ପୋଲିସ ପ୍ରଟକ୍ସନ ରେ ଯାଇ ତଦନ୍ତ କରିପାରିଲେ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ଉପରେ କଣ ଭୟ ଥିଲା ସେ ପୋଲିସ ନେଇ ଯାଇ ଥିଲେ ଜଣେ ଆଦିବାସୀ ମହିଳା ରୋଷେୟା ଙ୍କୁ ଏ ପରି ପୋଲିସ ଭୟ ଦେଖାଇ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଙ୍କ କେତେ ଦୁର ଠିକ୍ ତାର ବିଚାର କରାଯାଉ ବୋଲି ଉକ୍ତ ମହିଳା ରଷେୟା ପ୍ରକାଶ କରିଛନ୍ତି।ଏଠି ପଶ୍ନ ହେଉଛି ଯଦି ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଧାନ ଶିକ୍ଷକ ଙ୍କ ସହ ସ୍କୁଲ ର ଦୁର୍ନୀତି ରେ ଯୋଡିଚ ନାହାନ୍ତି ତେବେ ସେ ପ୍ରଧାନ ଶିକ୍ଷକ ଙ୍କ ସପକ୍ଷ ରେ ରହି ବାରମ୍ବାର ରୋଷେୟା ମାନଙ୍କୁ ଚାକିରି ରୁ ବାହାର କରିଦେବାର ଭୟ ଦେଖାଇ ବା ସହ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ରୋଷେୟା ମାନଙ୍କ ବିଷୟରେ ମିଛ ଅଭିଯୋଗ ସବୁ ଲେଖାଇବା ସହ ବିଭିନ୍ନ ପ୍ରକାରର ଅଭିଯୋଗ କରୁଛନ୍ତି।ଯଦି ଏହାର ଉଚିତ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନ ରେ ଆହୁରି ବିଶୃଙ୍ଖଳା ଦେଖା ଦେବାର ନଜିର ରହିଛି ।ବିଶେଷକରି ମଙ୍ଗଳସଂପ୍ରସାରଣଅଧିକାରୀ ପ୍ରଧାନଶିକ୍ଷକଙ୍କଠାରୁ ମୋଟାଅଙ୍କରପାଉଣା ନେଉଥିବାରୁ ସେ ପ୍ରଧାନଶିକ୍ଷକଙ୍କୁ ଘଣ୍ଟଘୋଡ଼ାଇ ସିସିଏ ମା ଙ୍କୁ ହିଁ ଅତ୍ୟାଚାର ଏବଂ ପାଓ୍ବାର ଦେଖାଉ ଥିବା ସ୍ପଷ୍ଟ ଜଣାପଡିଛି।ପ୍ରସାସନ ଏଦିଗରେ କଣ ପଦକ୍ଷେପ ନେଉଛନ୍ତି ପ୍ରଧାନ ଶିକ୍ଷକ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ବିଚାର କୁ ନେବେ ନା ସେହି ରୋଷେୟା ମାନଙ୍କ ଉପରେ ହିଁ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାବେ ତାହା ଦେଖିବାର ଦାକି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *