ଭାଇଚାରା ର ସହର କଟକର ରେଭେନ୍ସା କଲେଜ ହେଉଛି ଆଧୁନିକ ଓଡ଼ିଶାର ବିଶ୍ୱକର୍ମା

ଭାଇଚାରା ର ସହର କଟକର ରେଭେନ୍ସା କଲେଜ ହେଉଛି ଆଧୁନିକ ଓଡ଼ିଶାର ବିଶ୍ୱକର୍ମା । ଏହିଠାରୁ ସୃଷ୍ଟି ହେଇଥିବା ଛାତ୍ରଛାତ୍ରୀ କେବଳ ଓଡ଼ିଶା ନିର୍ମାଣରେ ନିର୍ଣ୍ଣାୟକ ହେଇ ନାହାନ୍ତି, ଭାରତ ନିର୍ମାଣରେ ମଧ୍ଯ ନେତୃତ୍ବକାରୀ ଭୂମିକା ପାଳନ କରିଛନ୍ତି । ବିଶ୍ଵର ଏଭଳି କୌଣସି ବିଶ୍ବବିଦ୍ୟାଳୟ, ବୈଜ୍ଞାନିକ ଗବେଷଣା ପ୍ରତିଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ନାହିଁ ଯେଉଁଠି ରେଭେନ୍ସା କଲେଜର ପଦଚିହ୍ନ ନାହିଁ ।ବାଉଁଶ ନଳୀର ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ‘ସିଦ୍ଧାନ୍ତ ଦର୍ପଣ’ ବିଶ୍ଵ ଜ୍ୟୋତିର୍ବିଜ୍ଞାନ ଜଗତରେ ତାଙ୍କୁ ବିଶ୍ଵଦରବାରରେ ପ୍ରତିଷ୍ଠିତ କରାଇବାରେ ରେଭେନ୍ସା କଲେଜର ଅବଦାନ ମଧ୍ଯ ଅବିସ୍ମରଣୀୟ | କଟକିଆ ଆଜି ସେଥ‌ିପାଇଁ ଗର୍ବିତ । ପୂର୍ବରୁ ଅନେକ ଥର ପ୍ରତିବାଦ କରାଯାଇଥିଲେ ମଧ୍ୟ ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି।ଏହିଭଳି ଏକ ଅନୁଷ୍ଠାନର ନାମ ପରିବର୍ତ୍ତନ ଆଦୌ ଗ୍ରହଣୀୟ ନୁହେଁ ତେଣୁ ଏଇ ମହାନ ଅନୁଷ୍ଠାନର ଐତିହ୍ୟକୁ ସୁରକ୍ଷିତ କରିବା ପାଇଁ କଟକର ସମସ୍ତ ନାଗରିଜ, ସମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବୁଦ୍ଧିଜୀବୀ, କର୍ମକର୍ତ୍ତା, ଶ୍ରମଜୀବୀ, ଯୁବ,ଛାତ୍ର, ମହିଳା ଏକ ହୋଇ ଓ କଟକର ସ୍ୱାଭିମାନକୁ ବଞ୍ଚେଇ ରଖୁବା ପାଇଁ କଲେଜଚ୍ଛକ ପୂଜା ପ୍ରତିଷ୍ଠାନ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇ ଅନୁଷ୍ଠାନର ନାମ ପରିବର୍ତ୍ତନକୁ ନେଇ ରାଜନୀତି ନ କରି ଏହାର ଭିତ୍ତିଭୂମି, ଶିକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା ଗୁଡ଼ିକରେ ଉନ୍ନତି ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟିର ସଭାପତି ଲୋକନାଥ ଲେଙ୍କା, ସମାଜସେବୀ ଯିନେଶ ଦାଶ, ରେଭେନ୍ସା ର ଅବସର ପ୍ରାପ୍ତ ପ୍ରଫେସର ହେମେନ୍ଦ୍ର ନାରାୟଣ ଦାଶ, ଡଃ ମିନାକ୍ଷୀ ମହାପାତ୍ର, ବରିଷ୍ଠ ନାଗରିକ ଅକ୍ଷୟ ସାହୁ, ସଦାଶିବ ବାରିକ, ନନ୍ଦ ଲାଲ୍ ସିଂ, ବହୁ ପୁରାତନ ଛାତ୍ର, ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *