କୃତି ଛାତ୍ର ଛାତ୍ରୀ ମାନଙ୍କୁ ଡିଏଭି ଏସ୍ ସି ବି ମେଡିକାଲ ପବ୍ଲିକ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ।

କଟକ ଚାଉଳିଆଗଞ୍ଜ ନିକଟସ୍ଥ ଓ ଏମ୍ ପି ସ୍କୋୟାରସ୍ଥିତ ଡିଏଭି ଏସ୍ ସି ବି ମେଡିକାଲ ପବ୍ଲିକ ସ୍କୁଲ ଏବଂ ଟାଙ୍ଗୀର ଡିଏଭି ପଦ୍ମାବତୀ ପବ୍ଲିକ ସ୍କୁଲ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ୨୦୨୩-୨୪ ଶିକ୍ଷା ବର୍ଷର ଦଶମ ଶ୍ରେଣୀରେ ଶତକଡା ୯୦ ଭାଗରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ ହୋଇ ମହାସମାରୋହରେ ଏହି କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଂଜନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଭବ୍ୟ ସମାରୋହକୁ ଓଡିଶା ରାଜସ୍ୱ ବିଭାଗୀୟ କମିଶନର ଶ୍ରୀଯୁକ୍ତ ବି ପରମେଶ୍ବରନ୍ ଉଦ୍ଘାଟନ କରିଥିଲେ। ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳ ମନ୍ତ୍ର ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଟାଙ୍ଗୀ ଡିଏଭି ପଦ୍ମାବତୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନୀ ଦାସ ଅନୁଷ୍ଠାନର ସଫଳତା ବିବରଣୀ ପାଠ କରିଥିଲେ। ଉଭୟ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ କୁମାରୀ ଲିପସା ମିଶ୍ର ଓ ଶୁଭଶ୍ରୀ ରାଉତରାୟଙ୍କ ସହିତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମହାନ୍ତି,ଶ୍ରୀଯୁକ୍ତ ବଳରାମ ମହାପାତ୍ର, ଶ୍ରୀମତୀ ନମିତା ମହାନ୍ତି, ନିହାରିକା ଗନ୍ତାୟତ, ଶ୍ରୀମତୀ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ସଫଳ କରିଥିବାବେଳେ ସର୍ବ ଶେଷରେ ଶ୍ରୀଯୁକ୍ତ ଏସ୍ କେ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *