ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳରେ ଶିକ୍ଷକ ଆହତ, ଥାନାରେ ଲିଖିତ ଅଭିଯୋଗ

ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଳଧାରି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭର୍ତ୍ତି କରାଯିବା ସହିତ ପରିବାର ପକ୍ଷରୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଉକ୍ତ ଗ୍ରାମର ଅର୍ଚନା ଲେଙ୍କାଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ସକାଳେ ତାଙ୍କ ସ୍ଵାମୀ ରଶ୍ମିରଞ୍ଜନ ମଲ୍ଲିକ ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟକୁ ଯାଉଥିବା ସମୟରେ ତାଙ୍କ ଚାଷ ଜମିରେ ସେହି ଗ୍ରାମର ନବଘନ ମଲ୍ଲିକ ଓ ନଗେନ୍ଦ୍ର ମଲ୍ଲିକଙ୍କ ପରିବାର ଲୋକେ ଗୃହ ନିର୍ମାଣ କରୁଥିବା ଦେଖିବାକୁ ପାଇଥିଲେ। ଯାହାଫଳରେ ରଶ୍ମି ସେମାନଙ୍କୁ ଜମି ମାପ ନକରି ତାଙ୍କ ଜମିରେ କାହିଁକି ଘର କରୁଥିବା ପଚାରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ନବଘନ ଓ ନଗେନ୍ଦ୍ରଙ୍କ ପରିବାର ଲୋକେ ମାନେ ସଂଘବଦ୍ଧ ଭାବରେ ବିଭିନ୍ନ ମାରଣାସ୍ତ୍ର ଧରି ରଶ୍ମିଙ୍କୁ ଆକ୍ରମଣ କରିଥିଲେ। ଯାହାଦ୍ବାରା ରଶ୍ମିଙ୍କ ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହେବାରୁ ପରିବାର ପକ୍ଷରୁ ତାଙ୍କୁ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ନାଉଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *