ଯୁବ ସଂଘ ତରଫରୁ ବୁଦ୍ଧିକୋମନାରେ ସ୍ଵଚ୍ଛତା ଦିବସ ଉପଲକ୍ଷେ ‘ସ୍ଵଚ୍ଚ ଆମ ଗାଁ’ କାର୍ଯ୍ୟକ୍ରମ

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କୋମନା ବ୍ଲକ୍ ଯୁବ ସଂଘ ତରଫରୁ ବୁଦ୍ଧିକୋମନାରେ ସ୍ଵଚ୍ଛତା ଦିବସ ଉପଲକ୍ଷେ ‘ସ୍ଵଚ୍ଚ ଆମ ଗାଁ’ କାର୍ଯ୍ୟକ୍ରମ ତା.୦୨/୧୦/୨୪ରିଖ ପାଳନ କରାଗଲା। ଗାଁ ସଫା କରିବା ସହିତ ସଚେନ ବାର୍ତ୍ତା ମଧ୍ୟ ଲୋକଙ୍କୁ ବୁଝା ଗଲା! ଏହି ଅଭିଯାନ ଦୀର୍ଘ ଏକ ମାସ ଧରି କୋମନା ବ୍ଲକ ର ସମସ୍ତ ପଂଚାୟତ ରେ ଚାଲିବ!ଏହି ଶୁଭ ଅବସର ରେ ଅବସର ପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ଲେଖକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ଲିଖିତ ପୁସ୍ତକ “ସଂକ୍ଷିପ୍ତ ଇତିହାସ ବୁଦ୍ଧିକୋମନା” ପ୍ରକାଶକ ଖଗେଶ୍ବର ବାଗ ଏବଂ ସମାଜ ସେବୀ ନରେନ୍ଦ୍ର ନାଗ,ବୁଦ୍ଧିକୋମନା ସରପଞ୍ଚ ଭୁବନ ବାଗ, ଶିକ୍ଷକ ବିଭୁତି ଭୁଷଣ ହୋତା,ଡମଗଣା ବ୍ଲକ୍ ସମ୍ପାଦକ ଶ୍ରୀ ମୁଖ ସୁନା, କରକମଳରେ ଉନ୍ମୋଚନ କରାଗଲା। ବୁଦ୍ଧିକୋମନା ବସଷ୍ଟାଣ୍ଡ,ବେଦୀ ସଫେଇ କରାଗଲା। ଗଣ୍ଡାମେର ଗ୍ରା./ପ. ସମାଜସେବୀ ଲକ୍ଷ୍ୟପତି ସୁନା,ଯୁବରାଜ ପଟେଲ,ବିରାଟ ବାଗ, ପରମାନନ୍ଦ ବାଗ,ଚନ୍ଦ୍ର ତାଣ୍ଡି, ଦିଲିପ ତାଣ୍ଡି, ରଞ୍ଜନ ବାଗ, ଗୋପୀନାଥ ବାଗ, ରିଙ୍କୁ ବାଗ,ସେବକରାମ ବାଗ ସହିତ ଅନେକ ଲୋକ ଏଥିରେ ଯୋଗ ଦେଇଥିଲେ।
ନୂଆପଡ଼ା ଜିଲ୍ଲା ରୁ ହୃଷୀକେଶ ଦଣ୍ଡସେନା

Leave a Reply

Your email address will not be published. Required fields are marked *