ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ଅବସରରେ ଚୌଦ୍ଵାର କଟକ ବିଜୁ ଜନତା ଦଳ ତରଫରୁ ଯୋବ୍ରା ଅlନିକଟ ଛକ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି। ପରେ ପରେ ପୋତlପୋଖରି ନିକଟସ୍ଥ ଗାନ୍ଧୀ ପଲ୍ଲୀ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହା ପରେ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ ୫୪ନମ୍ୱର୍ ୱାର୍ଡ ରୁ ପଦଯାତ୍ରା ବାହାରି ୫୫ନମ୍ୱର୍ ୱାର୍ଡ ରେ ସମାପ୍ତ ହୋଇଥିଲା । ଏହା ସହ ବିଦ୍ୟାଧରପୁର ଦୋଳମଣ୍ଡପ ଠାରେ ଦୁଃଖର ସାଥୀ ପରିବାର ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ସ୍ୱଚ୍ଛ ସାଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇ ଥିବା ଏହି ଜନ ସମ୍ପର୍କ ପଦଯାତ୍ରା ରେ ମାନ୍ୟବର ବିଧାୟକ ସୌଭିକ ବିଶ୍ଵାଳ, ମେୟର ସୁବାଷ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସୁବ୍ରତ ଘଡେ଼ଇ, ସୌଭାଗିନି ଜେନା ଆଓ ବହୁ କର୍ପୋରେଟର ,ବୁଦ୍ଧିଜୀବୀ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡ଼ିକୁ ସlଫଲ୍ୟ ମଣ୍ଡିତ କରିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *