ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ମଧୁପାଟଣା ସ୍ଥିତ କାଜିଢିହ ଅଚଂଳରେ ଏକ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ସୌମ୍ୟ ସାଗର ମହାନ୍ତି, ତାପସ ରଞ୍ଜନ ମହାନ୍ତି, ଶିବସୁନ୍ଦର ପ୍ରାଇଭେଟ ଲିଃର ଜିଲ୍ଲା କୋ-ଅଡିନେଟର ରତିରଞ୍ଜନ ଦାଶ, ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ଅବକାଶ ନାୟକ, ଚିତ୍ରାଙ୍ଗଦା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସେବା କରିବାରେ ଏକ ସୌଭାଗ୍ୟ ମିଳିଛି । ଜନ ସେବା ଓ ଗ୍ରାହକ ସେବା ଦ୍ୱାରା ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି । ଏଠାରେ ସିଏସସି ଓ ସିଏସପି କେନ୍ଦ୍ର ରହିଛି । ଆଶା କରୁଛୁ ଜନସାଧାରଣଙ୍କୁ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସୁବିଧା ପ୍ରଦାନ କରି ପାରିବ । ସରକାରୀ ଯେଜନାକୁ ଲୋକ ଆଦୃତ କରିବା ସହ ଲୋକଙ୍କ ନିକଟତର ହେବା ଲାଗି ଏହି କେନ୍ଦ୍ରର ପ୍ରୟାସ ଜାରି ରହିବ ।
ସୌମ୍ୟ ସାଗର ମହାନ୍ତି

ଆମ ଘର ନାମ ଧର୍ମଂ ଶରଣଂ ଗଚ୍ଛାମୀ । ସରକାର ଆମକୁ ଧର୍ମ କାର୍ଯ୍ୟରେ ସୁଯୋଗ ଦିଆଯାଇଛି ତେଣୁ ଏହାକୁ ସଠିକ ଭାବେ ପରିଚାଳନା କରିବା ଲାଗି ଚେଷ୍ଟା କରିବୁ । ସ୍ଥାନୀୟ ଜନସାଧାରଣ ମାନେ କିଭଳି ଉପକୃତ ହେବେ ଏହି କେନ୍ଦ୍ର ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ।
ତାପସ ରଞ୍ଜନ ମହାନ୍ତି

ବ୍ୟାଙ୍କ ଅଫ ଇଣ୍ଡିଆର ଏହା ପ୍ରଥମ ବିସି ପଏଟଂ । ଏଠାରେ ସାଧାରଣ ଗ୍ରାହକ ବ୍ୟାଙ୍କିଂ ସେବା ପାଇପାରିବେ । ଆକାଉଟଂ ଓପନିଂ, ଡିପୋଜିଟ, ଟଙ୍କା ଉଠାଣ ସେବା ରହିବ । ସରକାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମଧ୍ୟ ପାରିବେ । ଜନ ସେବାରେ ବ୍ୟାଙ୍କ ଭିଡ ନିୟନ୍ତ୍ରଣ ହ୍ରାସ ପାଇବାରେ ଅନେକ ସହାୟକ ହେବ ।
ଅବକାଶ ନାୟକ, ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *